ଭୂ ସମ୍ବଳ ସୂଚୀ ମାଧ୍ୟମରେ ଚାଷ ଜମିର ଉତ୍ପାଦନ ବୃଦ୍ଧି

3

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟ ମାଧ୍ୟମରେ ବ୍ଳକର ରଙ୍ଗଣୀପାଟଣା ଏବଂ ପନ୍ତିଖାରୀ ପଞ୍ଚାୟତରେ ଚାଷ ଜମିର ଉତ୍ପାଦନତା ବୃଦ୍ଧି ଓ ଜଳବାୟୁ ସହନଶୀଳ କୃଷି ପାଇଁ ବିଜ୍ଞାନ ସମ୍ମତ ଜଳ ବିଭାଜିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରଙ୍ଗଣୀପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସସ୍ମିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ,କୃଷି ଏବଂ ଜଳ ବିଭାଜିକା ସମ୍ବନ୍ଧୀୟ ବୈଜ୍ଞାନିକ ସଚିନ ରାଉତରାୟ,କେଭିକେ ମଧୁସ୍ମିତା ଯେନା, ଓଡ଼ଗାଁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସ୍ମିତା ବେହେରା, ସମିତି ସଭ୍ୟ ସସ୍ମିତା ଶୁକ୍ଳ ପ୍ରମୁଖ ଯୋଗଦେଇ ଭୂ ସମ୍ପଦର ତଥ୍ୟାବଳୀ ମୃତ୍ତିକାର ପ୍ରକାର ଭେଦ ଏବଂ ସଂରକ୍ଷଣ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେବା ସହିତ ମୂର୍ତ୍ତିକାର ଗୁଣବତ୍ତା ପରୀକ୍ଷା ଦ୍ଵାରା କେଉଁ ମୃତ୍ତିକାରେ କେଉଁ ପ୍ରକାର ଚାଷ ହୋଇପାରିବ ତାର ବୈଜ୍ଞାନିକ ପରାମର୍ଶ ଏବଂ ସହଯୋଗ ରହିଛି । ଏହାକୁ ସଦୁପଯୋଗ କରି ଚାଷୀ ତାର ଉତ୍ପାଦନକୁ ଦ୍ଵିଗୁଣିତ କରିପାରିବ ବୋଲି ପରାମର୍ଶ ଦେଇଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା କେତେକାର୍ଯକାରୀ ହୋଇପାରୁଛି ଆଗକୁ ଦେଖାଯିବ । ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟାର୍ଦ୍ଧରେ ପନ୍ତିଖାରୀ ପଞ୍ଚାୟତର ମଶାବାରୀ କଲ୍ୟାଣ ମଣ୍ଡପ ଠାରେ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରୋକ୍ତ ସମସ୍ତ ଅତିଥିଙ୍କ ସହିତ ପନ୍ତିଖାରୀ ସମିତି ସଭ୍ୟ ବୁଲୁ ଯେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ଚାଷୀଙ୍କ ସମସ୍ୟା ସମ୍ପର୍କରେ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ଅଂଶଗ୍ରହଣ କରିଥିବା ବେଳେ ଓଭରସିୟର ଦିପକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.