ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କୁ ସପରିବାର ଦର୍ଶନ କଲେ ହାଇକୋର୍ଟ ବିଚାରପତି ମୁରାହରି ଶ୍ରୀ ରମଣ । ଜଷ୍ଟିସ ଶ୍ରୀରମଣ ରବିବାର ସନ୍ଧ୍ୟାରେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଏବଂ ପୂଜା ପଣ୍ଡା ତଥା ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ମନ୍ଦିର ମଧ୍ୟକୁ ପ୍ରବେଶ କରାଇଥିଲେ । ଏବଂ ପରେ ଗମ୍ଭିରା ମଧ୍ୟକୁ ଯାଇ ଶ୍ରୀଜିଉଙ୍କ ପାଦ ଦର୍ଶନ କରିଥିଲେ। ପରିବାର ସହ ତିନି ଠାକୁରଙ୍କ ଦର୍ଶନ କରିବା ସହିତ ମନ୍ଦିରରୁ ବାହାରି ପାର୍ଶ ଦେବା ଦେବୀଙ୍କ ଦର୍ଶନ କରି ଆଶିର୍ବାଦ ଲୋଡ଼ିଥିଲେ। ମନ୍ଦିର ପ୍ରଶାସନ ତରଫରୁ ସିଂହଦ୍ବାର ସମ୍ମୁଖରେ ପ୍ରଭୁଙ୍କ ଫଟୋ ଚିତ୍ର ପ୍ରଦାନ କରି ବିଦାୟ ଜଣାଇଥିଲେ। ପରେ ଶ୍ରୀରମଣ ଫେରି ଯାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.