ନିର୍ବାଚନ ମଣ୍ଡଳ ସ୍ତରୀୟ ସାଂସଦ ଖେଳ ଉଦଘାଟନ।

3

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ଡିସେମ୍ବର ୬ ତାରିଖ ସକାଳ ୧୦:୩୦ ସମୟରେ ବାସୁଦେବପୁର ଅଟ୍ଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୀୟ ମହାଳିକ, ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ୍, ଅଟ୍ଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ରାଉତ, ଗଙ୍ଗାଧର ସେଠୀ ବ୍ଲକ ସମ୍ପାଦକ, ଜୟପ୍ରକାଶ ମଲ୍ଲିକ୍ ସଂଯୋଜନା କରିଥିବା ବେଳେ, ଜିଲ୍ଲା ସଂଯୋଜକ କିଶୋର ଲିଙ୍କନ ପଢ଼ିଆରୀ,ପ୍ରଦୀପ ମହାନ୍ତି, ମଧୁ ସୁଦନ ପାଢୀ, ଡ ଉମାକାନ୍ତ ଖୁଣ୍ଟିଆ, ଜଗବନ୍ଧୁ ଦାସ, ନୀରଦ ଦାଶ, ସମସ୍ତ ମଣ୍ଡଳର ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହିଥିଲେ । ଅତିଥି ମାନେ ପ୍ରଧାନମନ୍ତ୍ରୀ ଙ୍କ ସାଂସଦ ଖେଳର ମହତ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଖେଳିବା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ମାନସିକ ଏବଂ ଶାରିରୀକ ବିକାଶ ହେବା ସହିତ ସୁସ୍ଥ ସମାଜ ଗଠନ କରିବାରେ ଏହା ସାହାଯ୍ୟ କରିବ ବୋଲି ଅତିଥି ମାନେ କହିଥିଲେ।

ଏହି ଅବସରରେ ସାଂସଦ ଖେଳ ର ପତାକା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୀୟ ମହାଳିକ ଉତ୍ତୋଳନ କରିଥିଲେ। ଏଥିସହିତ ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି ଫିତା କାଟି ଖେଳକୁ ଉଦଘାଟନ କରିଥିଲେ। ଅତିଥି ମାନେ ଖେଳ ପତାକା ଦେଖାଇ ପ୍ରଥମ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ପରେ ପରେ ୩୫ ଟି ବିଦ୍ୟାଳୟ ରୁ ଆସିଥିବା ୧୭ ବର୍ଷ ରୁ କମ ମୋଟ୨୫୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୋଳାଫିଙ୍ଗା, ଲମ୍ବ ଡିଆଁ, ଛାତ୍ରୀ ମାନଙ୍କ ମଧ୍ୟରେ ସ୍କିପିଙ୍ଗ୍ ଖେଳ ମାନଙ୍କର ଫାଇନାଲ ପ୍ରତିଯୋଗିତା କରାଯାଇଥିଲା। ବାକି ଖେଳ ଡିସେମ୍ବର ୮ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସଦ ଖେଳ ଚାଲୁରହିବ ବୋଲି ସମ୍ପାଦକ ଗଙ୍ଗାଧର ସେଠୀ ସୂଚନା ଦେଇଛନ୍ତି। ଉକ୍ତ ଖେଳରେ ଭାଗନେଇଥିବା ପିଲାମାନଙ୍କ ମଧ୍ୟରେ ଖୁସି ଓ ଆନନ୍ଦ ମନରେ ଖେଳକୁ ଖେଳିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.