ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

9


ଭୁବନେଶ୍ୱର, ନଭେମ୍ବର ୨୬: ରକ୍ତଦାନ ମହତ୍ ଦାନ । ମଣିଷର ଜୀବନ ରକ୍ଷା କରିବାରେ ରକ୍ତଦାନ ଭଳି ପୂଣ୍ୟ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଭଳି ମହତ୍ ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ବୁଧବାର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ଆଇଟିଇଆରର ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଆୟୋଜିତ ଏହି ଶିବିରକୁ ସୋଆର ଉପକୁଳପତି ପ୍ରଫେସର ପି.କେ. ପାତ୍ର ଉଦ୍‌ଘାଟନ କରିଥିବା ବେଳେ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ରକ୍ତଦାନ କରିଥିଲେ ।
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ ଭୁବନେଶ୍ୱର ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨, ଫୁଲନଖରାର ବ୍ଲଡ ବ୍ୟାଙ୍କ ଏହି ଶିବିରକୁ ସମସ୍ତ ସହଯୋଗ ପ୍ରଦାନ କରିଥିଲେ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ତଥା ବ୍ଲଡ ବ୍ୟାଙ୍କର ମୁଖ୍ୟ ପ୍ରଫେସର ଗିରିଜାନନ୍ଦିନୀ କାନୁନ୍‌ଗୋ ଓ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ ବ୍ଲଡ ବ୍ୟାଙ୍କର ଅଫିସର ଡାକ୍ତର ସତୀଶ ମିଶ୍ର ଉପସ୍ଥିତ ରହିଥିଲେ ।
ଏହି ଶିବିରରେ ୨୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ଆଇଟିଇଆରର ୱାର୍ଡେନ୍ ପ୍ରଫେସର ରଞ୍ଜନ ମଲ୍ଲିକ୍‌, ଆଡିସ୍‌ନାଲ୍ ୱାର୍ଡେନ୍ ପ୍ରଫେସର ଦେବାହୁତି ମିଶ୍ର, ସୋଆ ଆଲୁମିନାଇ ସେଲର ଚିଫ୍ କୋର୍ଡିନେଟର ଡକ୍ଟର ସୁସ୍ମିତା ପଣ୍ଡା, କୋର୍ଡିନେଟର ଷ୍ଟୁଡେଂଟ ଆଫେୟାର୍ସ ଡକ୍ଟର ତନ୍ମୟ ପରିଡ଼ା, ମ୍ୟାଥମେଟିକ୍ସ ପ୍ରଫେସର ମିତାଲି ମଧୁସ୍ମିତା ନାୟକ ଓ ମେକାନିକାଲ୍ ଇଞ୍ଜିନିୟରିଂର ଆସୋସିଏଟ୍ ପ୍ରଫେସର ଶ୍ୱେତାରାଣୀ ବିଶ୍ୱାଳପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.