ସୋରଡ଼ା ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ

1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସୋରଡା ପକ୍ଷରୁ ଆଜି ରବିବାର ଡିସେମ୍ବର ୭ ତାରିଖ ୨୦୨୫ ଦିନ ଶୌର୍ଯ୍ୟ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋରଡା ସ୍ଥିତ ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପରେ ଶତାଧିକ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ବାଇକ ରାଲି ସୋରଡା ସହର ପରିକ୍ରମା କରିଥିଲେ। ଏହି ବାଇକ ରାଲି ଶୋଭାଯାତ୍ରା ଶନିଶ୍ଚର ମନ୍ଦିର ନିକଟରୁ ବାହାରି ଜରଉ ଛକ ନିକଟରେ ଥିବା ବିଶାଳ ହନୁମାନ ମୂର୍ତ୍ତି ପାଖରେ ପରିକ୍ରମା ଶେଷ ହୋଇଥିଲା ।ଏହି ବିଶାଳ ବାଇକ ରାଲିରେ ଶହ ଶହ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରମୁଖ କର୍ମୀ ମାନେ ଜୟ୍ ଶ୍ରୀରାମ୍ ନାରା ଦେଇ ସହର ପରିକ୍ରମା କରି ଶୌର୍ଯ୍ୟଦିବସ ପାଳନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ। ସୂଚନାଯୋଗ୍ୟ ଯେ ୧୯୯୨ ମସିହା ଡିସେମ୍ବର ମାସ ୬ ତାରିଖରେ ହଜାର ହଜାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ,ବିଶ୍ୱହିନ୍ଦୁ ପରିଷଦର ଭାଇମାନେ ଏକତ୍ରିତ ହୋଇ ଅଯୋଧ୍ୟାର ଐତିହାସିକ ଶ୍ରୀରାମ ଜନ୍ମଭୂମି ଉଦ୍ଧାର ଲାଗି ଆନ୍ଦୋଳନ କରିଥିଲେ। ପାଞ୍ଚ ଶହ ବର୍ଷ ଧରି ବାବରୀ ମସଜିଦ ଢାଞ୍ଚା ଆପେ ଆପେ ଲୋକଙ୍କ ଭିଡ଼ରେ ଧରାଶାୟୀ ହୋଇଥିଲା ଯାହା ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ବାଟ ଫିଟାଇ ଥିଲା। ଏହି ବିଜୟ, ଏହି ବୀରତ୍ୱ, ଏହି ପୁନର୍ଜାଗରଣକୁ ମନେପକାଇ ସେହି ଦିନକୁ ଶୌର୍ଯ୍ୟ ଦିବସ ଭାବେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳନ କରା ଯାଉଛି। ଆଜିର କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ଘୁମୁସର ଜିଲ୍ଲା ବଜରଙ୍ଗ ଦଳ ପ୍ରମୁଖ ଶ୍ରୀଯୁକ୍ତ ସୁଧିର କୁମାର ପ୍ରଧାନ, ଓ ଘୁମୁସର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ଶ୍ରୀଯୁକ୍ତ ବଟକୃଷ୍ଣ ପଣ୍ଡା ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଗଣ ଯୋଗଦାନ କରିଥିଲେ।

Leave A Reply

Your email address will not be published.