କାକଟପୁର,୬/୧୨: କାକଟପୁର ବ୍ଲକ ଅନ୍ତର୍ଗତ ଭଣ୍ଡିସାହି-ମୃତୁଣିଆ ଗ୍ରାମସ୍ଥିତ ଉତ୍କଳ ଗୌରବ ମଧୁସୁଦନ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ଶିକ୍ଷକ ବିକ୍ରମ କିଶୋର ନାୟକ ଅଧ୍ୟକ୍ଷତା କରିଥିଲେ ।
ଅତିଥିଭାବେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, କାକଟପୁର ପଂଚାୟତ ସମିତି ସଭ୍ୟ ମନୋଜ କୁମାର ନାୟକ, ବିଦ୍ୟାଳୟ ଆଲୁମୁନି କମିଟି ସଭାପତି ଅଜୟ କୁମାର ପାଇଁ, ସମାଜସେବୀ ବିଜୟ କୁମାର ଦଳାଇ, ରବୀନ୍ଦ୍ର କୁମାର ସ୍ଵାଇଁ, ସୁବାସ ଚନ୍ଦ୍ର ସ୍ବାଇଁ, କାଯୁଲ୍ୟ କୁମାର ସାଇଁ, ପୀତାମ୍ବର ପରିଡା, ନୃସିଂହ ଚରଣ ସେଠୀ, ଗୁରୁ ପ୍ରସୂ ନାୟକ, ହୃଷିକେଶ ପାଇଁ, ସୁରେନ୍ଦ୍ର ନାୟକ, ଅଭୟ କୁମାର ଦଳାଇ, ନଗନ୍ଦ୍ର ନାଥ ପାଇଁ, ଯଶୋବନ୍ତ ୱାଇଁ, ପ୍ରଧାନ ଶିକ୍ଷକ ଜ୍ଞାନ ରଂଜନ କଅଁର, ସାଧନ କେନ୍ଦ୍ର ସଂଯୋଜକ ଇକବାଲ ହୋସେନ୍ ଖାନ୍ ଏବଂ ଯୁବ ସମାଜସେବୀ ଅଭିଷେକ ପାଇଁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାତୃଭୂମି, ମାତୃଭାଷାର ଟେକ ରଖୁବା ସହିତ ନିଜକୁ ମଧୁବାବୁଙ୍କ ଭଳି ସ୍ବାଭିମାନୀଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ଗଣେଶ ମୂର୍ତି ସ୍ଥାପନ କରିଥିଲେ । ପୂର୍ବତନ ସଂସ୍କୃତ ଶିକ୍ଷକ ଅକ୍ଷୟ କୁମାର ଦାସଙ୍କ ଦ୍ବାରା ଗତ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥିଙ୍କୁ ୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ ଶେଷ ସ୍ନାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ସହକାରୀ ଶିକ୍ଷକ ବୃନ୍ଦାବନ ମଲ୍ଲିକ ସଭା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post