ବରିଷ୍ଠ ଦନ୍ତ ଚିକିତ୍ସକ ଡାକ୍ତର ସଂଜୀବ ଓତା ସମ୍ମାନୀତ।

2

କେନ୍ଦୁଝର,ତା ୭/୧୨- ଭୁବନେଶ୍ୱରର ଏକ ତାରକା ହୋଟେଲରେ “କରେଣ୍ଟ ହେଲ୍ଥ ସିନେରିଓ” ଉପରେ ଜାତୀୟ ସ୍ତରର ଆଲୋଚନା ଚକ୍ର ଓ କର୍ମଶାଳା ନ୍ୟୁଜ 16 ଓ ଉଦୟ ଇଣ୍ଡିଆ ନ୍ୟୁଜ, ନୂଆଦିଲ୍ଲୀ ପକ୍ଷରୁ ସଫଳତାର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡାକ୍ତର ମାନେ ଆସି ଏଥିରେ ଯୋଗ ଦେଇ ମତାମତ ରଖିଥିଲେ। କେନ୍ଦୁଝର ଜିଲ୍ଲାର ବରିଷ୍ଠ ଡାକ୍ତର ସଂଜୀବ କୁମାର ଓତା ମଧ୍ୟ ସୁନ୍ଦର ମତାମତ ଉପସ୍ଥାପନ କରି ପ୍ରଶଂସିତ ହୋଇଥିଲେ।

ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ପ୍ରଧାନ, ଯାଜପୁର ସାଂସଦ ଡ଼ା. ରବିନାରାୟଣ ବେହେରା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉଦୟ ଇଣ୍ଡିଆ ନ୍ୟୁଜ ସମ୍ପାଦକ ଦୀପକ କୁମାର ରଥ ଓ ଡ଼ା ଶୁଭାଶିଷ ଦାସ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୋଡେରେଟର ଭାବେ ଡାକ୍ତର ଶୁଭାଶିଷ ଦାସ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ସୁରେଶ ପୂଜାରୀ ବରିଷ୍ଠ ଡାକ୍ତର ସଂଜୀବ କୁମାର ଓତାଙ୍କୁ ସମ୍ମାନଜନକ “ଆଦର୍ଶ ଓଡିଶା ସମ୍ମାନ” ପ୍ରଦାନ କରିଥିଲେ। ଏହି ସଫଳତା ଲାଗି ଡାକ୍ତର ଓତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave A Reply

Your email address will not be published.