ବାବା ସାହେବଙ୍କ ମହାପ୍ରୟାଣ ଦିବସ ପାଳିତ।

2

କେନ୍ଦୁଝର,ତା୭/୧୨- ଗତକାଲି ରାଷ୍ଟ୍ରିୟ ବୌଦ୍ଧ ମହାସଭା ଆନୁକୁଲ୍ଯରେ ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସକାଳ ୮ଟା ୩୦ରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରାଯାଇ ଥିଲା। ସନ୍ଧ୍ଯା ୫ ଘଟିକାରେ ଏକ ଆଲୋଚନା ସଭା ଆୟୋଜନ କରାଯାଇ ଥିଲା।ଏଥିରେ ପୂର୍ବତନ ଓଡ଼ିଶା ପ୍ରଶାସନିକ ଅଧିକାରୀ,ଆମ୍ବେଦକରବାଦୀ ଶ୍ରୀଯୁକ୍ତ କୁମାରମଣି ତନ୍ତୀ  ମୁଖ୍ଯଅତିଥି ଏବଂ ଧରଣୀଧର ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରାଧ୍ଯାପକ ଶ୍ରୀଯୁକ୍ତ ବିକାଶ ବେହେରା ମୁଖ୍ଯବକ୍ତା ଭାବେ ଯୋଗଦେଇ ଥିଲେ। ସଭାପତି ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ବେହେରା ଏହି ସଭାରେ ସଭାପତିତ୍ବ କରିଥିଲେ। ପାତ୍ର ତନ୍ତୀ ସମାଜର ସଭାପତି ବାବାଜି ଚରଣ ପାତ୍ର ସମ୍ମାନିତ  ଅତିଥି ଭାବେ ଯୋଗ ଦେଇ ଥିଲେ। ସଂପାଦକ ସୋମନାଥ ଜେନା,ଉପସଭାପତି ବିଚିତ୍ର ପାତ୍ର, ଜସାଇ ହେମ୍ରମ, ସୁରେଶ ଚନ୍ଦ୍ର ମହାନ୍ତ  ନିଜର ମତାମତ  ବ୍ୟକ୍ତ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଦାସ ,ଦୀପକ କୁମାର ପାତ୍ର, ସୁରେଶ ଚନ୍ଦ୍ର ମହାନ୍ତ, ରୁଦ୍ର ନାଏକ, ଫକିର ନାଏକ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.