ରାୟଗଡ଼ା ଜିଲ୍ଲା ତା:- ୭/୧୨/କୋଲନରା ବ୍ଲକ୍ ରୁ (ଦେବୀପ୍ରସାଦ ମହାନ୍ତି )ବଡ଼ ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁକୁନ୍ଦପୁର ବିଜେପି ମଣ୍ଡଳ ସଭାପତି ଶ୍ରୀ ମନୋଜ କୁମାର ନାଲା ଉପସ୍ଥିତ ରହିଥିଲେଏବାଂ ସମ୍ମାନୀତ ଅତିଥି ଭାବେ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ, ନାଟ ଗୁରୁ ରାଜାରାଓ ମୁଟିକା, ଦାଶରଥି ଶବର, କଳାକାର ନାଗେଶ୍ଵର ହାରାକା,ରାମଚନ୍ଦ୍ର ତାଡ଼ିଙ୍ଗି ମଞ୍ଚାସିନ ରହିଥିଲେ। ଏଥିରେ ମୂଖ୍ୟତଃ କଳାକାର ମହାସଂଘ ମାଧ୍ୟମରେ
ସ୍ଥାନୀୟ କଳାକାର ସଂଗଠିତ ହୋଇ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର କରିବା ସହ କଳାକାର ଙ୍କ ଜୀବନ ଜୀବିକା ସୁଦୃଢ଼ ହୋଇ କେମିତି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶାସନ ଓ ସରକାର ଙ୍କ ନିର୍ଦ୍ଦେଶକୁ ପାଳନ କରି ସମାଜରେ ଜନ ସଚେତନ ଆଣିବା ସହ ଅଧିକରୁ ଅଧିକ ଲୁକ୍କାୟିତ କଳାକାର ଙ୍କୁ ଚିହ୍ନଟ କରି ଲୋକଲୋଚନ କରିବା ପାଇଁ ଜିଲ୍ଲା ସଭାପତି ଆହ୍ବାନ କରିଥଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି କଳାକାର ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post