କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ)ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର| ଇନ୍ଦିରାବତୀ ଦକ୍ଷିଣ ମୁଖ୍ୟ କେନାଲ ବୋଦେଲବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ହେବା ଯୋଗୁଁ ଜଣକର ମୃତ୍ୟୁ ହେଇଥିବା ବେଳେ ୪ ଜଣ ଗୁରୁତର ହେଇଛନ୍ତି । ଗୁରୁତର ମାନଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ଟେମରା ଗ୍ରାମର ବଜରଙ୍ଗୀ ନାଗ ଏବଂ ପ୍ରିୟଙ୍କା ନାଗ ନାମକ ଦୁଇ ଯୁବକ ଯୁବତୀ ଏକ ବାଇକ ଯୋଗେ କଲମପୁର ଠାରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତା ଦେଇ ନିଜ ଗାଁକୁ ଫେରୁଥିବା ଥିବା ବେଳେ ବିପରିତ ଦିଗରୁ ପାତ୍ରବସା ଗ୍ରାମର ହରି ବାଗ, ପଣ୍ଡିଗାଁର ଧବଳେ ମାଝୀ ଏବଂ ପରୁଆଗୁଡା ଠାରେ ରହୁଥିବା କୋକସରା ବ୍ଳକର କୁନା ମାଝୀ ପ୍ରମୁଖ ୩ ଜଣ ଅନ୍ୟ ଏକ ବାଇକରେ ସେହି ରାସ୍ତା ଦେଇ ପଣ୍ଡିଗାଁ ପଟକୁ ଆସୁଥିଲେ । ବୋଦେଲବନ୍ଧ ନିକଟରେ ଉଭୟ ବାଇକ ଚାଳକ ନିୟନ୍ତ୍ରଣ ହରାଇ ମୁହାଁ ମୁହିଁ ଧକ୍କା କରିଥିଲେ । ପ୍ରିୟଙ୍କା ଏବଂ ବଜରଙ୍ଗିକୁ ଉଦ୍ଧାର କରି ଏକ ବାଇକ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ୩ ଗୁରୁତର ଯୁବକଙ୍କୁ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ!ଗୁରୁତର ଥିବା ହରିକୁ ଦିନ ୨.୪୫ ମିନିଟ ସମୟ ରେ ଚିକିତ୍ସାଲୟ ପାଖରୁ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ କୁନା ଏବଂ ଧବଳେଶ୍ଵରକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.