ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ନୁତନ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସ୍.ଡି.ଆଇ.ପି.ଆର୍.ଓ) ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ। ଭଞ୍ଜଭୂମି ଭଞ୍ଜନଗର ସହର ,ଏହାର ସବୁ କ୍ଷେତ୍ରରେ ସବୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କ ସ୍ଥିତିରେ ଓ ଲୋକସମ୍ପର୍କ କ୍ଷେତ୍ରରେ ଗୁରୁତ୍ବ ବହନ କରି ଆସିଅଛି। ସରକାରଙ୍କ ପ୍ରତିଟି ଜନ ହିତେସି ଯୋଜନାକୁ ଲୋକାଭିମୁଖୀ କରିବା ରେ ଏହି ବିଭାଗଟି ( ସୁଚନା ଲୋକସମ୍ପର୍କ ) ମୁଖ୍ୟ ଦାୟିତ୍ଵ ବହନ କରିଥାଏ।
ଭଞ୍ଜନଗର ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଭାବରେ ପୂର୍ବରୁ ଶ୍ରୀଯୁକ୍ତ ଗୈ।ରୀଶଙ୍କର ସତପଥି ଦାୟିତ୍ଵ ତୁଲାଇଥିଲେ। କିନ୍ତୁ ସେ କାର୍ଯ୍ୟରୁ ଅବସର ପରେ କିଛି ମାସ ଏହି ବିଭାଗ ରେ ଉକ୍ତ କାର୍ଯ୍ୟାଳୟ ର ଗ୍ରନ୍ଥାଗାର ଦାୟିତ୍ଵ ତୁଲାଉଥିବା ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର ଅତିରିକ୍ତ ଭାବରେ କାର୍ଯ୍ୟ ତୁଲାଇଥିଲେ। ନଭେମ୍ବର ମାସ ୨୦୨୫ ସୋମବାର ୩ ତାରିଖ ଠାରୁ, ଭଞ୍ଜନଗରରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ନୁତନ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୁଚନା ଯୋଗ୍ୟ ଯେ, ଶ୍ରୀଯୁକ୍ତ ନାୟକ ଜଣେ ଭାରତୀୟ ସ୍ଥଳ ସେନା ବାହିନୀ ର ଅବସରପ୍ରାପ୍ତ କର୍ମଚାରୀ ଓ ଭଞ୍ଜଭୂମି ଭଞ୍ଜନଗର ସହରର କେ.ଏସ୍.ୟୁ.ବି କଲେଜ୍ ର ଜଣେ ପୁରାତନ ଛାତ୍ର। ତେଣୁ ନିହାତି ଭାବରେ ସେ ଜଣେ ଦକ୍ଷ,କର୍ମଠ ଓ ଏକାଗ୍ରତା ଭାବରେ ସରକାର ଙ୍କ ପ୍ରତିଟି ଜନ ହିତେସି କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ସମସ୍ତ ପ୍ରିଣ୍ଟ ମିଡିଆ, ଇଲୋକ୍ଟ୍ରୋନିକ୍ସ ମିଡିଆ ସହଯୋଗ ରେ ସଦା ସର୍ବଦା ଜାଗ୍ରତ ହୋଇ କାର୍ଯ୍ୟ ସମ୍ପାଦନା କରିବେ।
Sign in
Sign in
Recover your password.
A password will be e-mailed to you.