ସରକାରୀ ମହିଳା ମହାବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଉଦଯାପିତ

0 2

କେନ୍ଦୁଝର,ତା୪/୧୨- ସରକାରୀ ମହିଳା ମହାବିଦ୍ୟାଳୟରେ ୩୭ତମ କ୍ରୀଡ଼ା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଆଥଲେଟିକ କ୍ଲବର ସହ ସମ୍ପାଦିକା ପ୍ରଫେସର୍ ଗୀତାଞ୍ଜଳି ନାଏକ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ବର୍ଷାରାଣୀ ଦେହୁରୀଙ୍କୁ ମଞ୍ଚ ପରିଚାଳନା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଅଧକ୍ଷ ପ୍ରଫେସର୍ ଡକ୍ଟର ଲଳିତ ରଞ୍ଜନ ସାହୁ କ୍ରୀଡା ସାଂପ୍ରତିକ ସମୟରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ତେଣୁ କ୍ରୀଡାକୁ ନିଜ ବୃତ୍ତି ଭାବେ ମଧ୍ୟ ବାଛି ପାରିବେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାସନିକ ଅଧିକାରୀ ପ୍ରଫେସର୍ ଚିତ୍ତରଞ୍ଜନ ସାହୁ ଉଦଯାପନୀ ଦିବସରେ ଯେ କୌଣସି ଦୁଇ ଗୋଟି ବ୍ୟାୟାମ ପ୍ରତ୍ୟେକ ଦିନ କରିବା ପାଇଁ ପିଲାମାନଙ୍କୁ କହିଥିଲେ । ଏହି ଅବସରରେ ଏକାଡେମୀ ବର୍ଷର ପ୍ରଫେସର୍ ଡକ୍ଟର ବିଷ୍ଣୁ ଚରଣ ଦାସ କ୍ରୀଡାବିତ୍ ମାନଙ୍କ ପାଇଁ ଏବେର ସମୟ ଗୋଟିଏ ସୁବର୍ଣ୍ଣ ଯୁଗର ସମୟ । ଏହାକୁ ବିନିଯୋଗ କର ଦେଖିବ ଜଣେ ସମାଜର ପରିଚିତ ନାମ ହୋଇ ଉଭା ହେବ । ଅନ୍ୟତମ ସମ୍ମାନୀତ ଅତିଥି ପାରା ଓଲମ୍ପିୟାଡ ଭାନୁମତୀ ବେହେରା ପିଲାମାନଙ୍କୁ ନିଜର ଚେଷ୍ଟା ଓ ଉଦ୍ୟମ ଯୋଗୁଁ ଜଣେ ସଫଳ ମଣିଷ ହୋଇପାରିବ ଓ ଦେଶର ନାମକୁ ସର୍ବାଗ୍ରେ ରଖି ପାରିବ । ଅନ୍ୟତମ ସମ୍ମାନୀତ ଅତିଥି ରେଣୁବାଳା ମହାନ୍ତ ନିଜର ପାରଙ୍ଗମତା ଓ ଶୃଙ୍ଖଳା ଯୋଗୁଁ ସଫଳତା ନିଶ୍ଚିତ ଆଣିଦେବ। ଖେଳରେ ହାରିବା ଜିତିବା ଆସେ ତେଣୁ ହାରିବା ଭିତରେ ଜିତିବା, ଜିତିବା ଭିତରେ ହରାଇବାକୁ ହୃଦୟଙ୍ଗମ କରିବା ପାଇଁ ପଡିବ ତେବେ ଯାଇ ସଫଳତାର ସ୍ଵାଦକୁ ଚାଖି ପାରିବେ । ଅନ୍ୟତମ ମୁଖ୍ୟ ଅତିଥି ସରୋଜ କୁମାର ଜୀବନର ମୂଲ୍ୟକୁ କିପରି ବିନିଯୋଗ କରିବ ଓ କିପରି ସମୟକୁ ଭାଗ ଭାଗ କରି ବ୍ୟବହାର କରିବ ତାହାକୁ ଧ୍ୟାନ ଦେବା ଉଚିତ୍ । କ୍ରୀଡା, ଯୋଗ, ଧ୍ୟାନ ଆଦି ମାଧ୍ୟମରେ ନିଜର ସଂଯମତା ଆଣିବା ସହ ଜଣେ ନ୍ୟାୟିକ ମଣିଷ ଭାବେ ସମାଜରେ ଛିଡା ହୋଇପାରିବ ବୋଲି କହିଥିଲେ। ଯୁକ୍ତ ଦୁଇ ଆଥଲେଟିକ ଆସୋସିଏସନର ସହ ସମ୍ପାଦକ ପ୍ରଫେସର୍ ଦେବାନନ୍ଦ ମଲ୍ଲିକ କ୍ରୀଡ଼ାକୁ ବର୍ତ୍ତମାନ ସମୟରେ କୁଟନୈତିକ, ରାଜନୈତିକ, ଅର୍ଥନୈତିକ ଆଦି କ୍ଷେତ୍ରରେ ପ୍ରୟାଗ କରାଯାଉଛି ତେଣୁ ଏହା ଏକ ସମାଜର ବଡ଼ ସ୍ଥାନ ବୋଲି ପିଲାଙ୍କୁ ସୂଚନା ପ୍ରଦାନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥିଙ୍କ ଦ୍ଵାରା ଉନ୍ନୀତ ଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର, ମେଡାଲ ସହ ପୁଷ୍ପ ଗୁଛ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଯୁକ୍ତ ଦୁଇର ଶ୍ରେଣୀର ଚାମ୍ପିଆନ ସୂପି ଦେହୁରୀ ହୋଇ ଥିବା ବେଳେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ତପସ୍ଵିନୀ ମୁଣ୍ଡା ଚମ୍ପିୟାନ ହୋଇଛନ୍ତି ଓ ସେମାନଙ୍କୁ ମଧ୍ୟ ସ୍ଵତନ୍ତ୍ର ଭାବେ ଦୁହିଁଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.