ମୁଖ୍ୟମନ୍ତ୍ରୀଙ୍କ ମା’ ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ।

0 2

କେନ୍ଦୁଝର,ତା୪/୧୨- ଆସନ୍ତା ୭ ଡିସେମ୍ବରରେ ଘଟଗାଁ ମା’ ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବା ସହିତ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ବିଶେଷ ଭବ୍ୟ କାର୍ଯ୍ୟକ୍ରମରେ କିପରି ହଜାର ହଜାର ଭକ୍ତ ସାମିଲ ହେବାର ସୌଭାଗ୍ୟ ପ୍ରାପ୍ତ କରିବା ସହିତ ସାନ୍ନିଧ୍ୟ ଲାଭ କରିବେ ସେଥିପାଇଁ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନେତା ଛୋଟେଲାଲ ମହାନ୍ତ, ରାଜ୍ୟ ସମ୍ପାଦିକା ମମତା ରାଣୀ ସିଂହ,ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, କେନ୍ଦୁଝର ନଗରପାଳ ନିକୁ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାଏକ,ଦିଲ୍ଲୀପ କୁମାର ମିଶ୍ର, ଶମ୍ଭୁନାଥ ରାଉତ, ପୃଥ୍ୱୀରାଜ କୁଅଁର,ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏବଂ ରାଧାକାନ୍ତ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ମଞ୍ଚାସିନ ହୋଇ ମା’ ତାରିଣୀଙ୍କ ଭକ୍ତ ମାନେ କିପରି ଶୃଙ୍ଖଳିତ ଦର୍ଶନ ସହିତ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ସାମିଲ ହୋଇପାରିବେ ସେସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ମଣ୍ଡଳ ସଭାପତି ତଥା ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.