କେନ୍ଦୁଝର,ତା୪/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ଠାରେ ଥିବା ଉତ୍କଳ ସେବା ନିବୃତ ସେନାନୀ ସଂଘ ଗୃହ ଠାରେ ୫୫ତମ ନୌସେନା ଦିବସ ଧୂମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥିଭାବେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ରୋହିତ କୁମାର ବେହେରା, ସମ୍ମାନୀତ ଅତିଥିଭାବେ ସମାଜସେବୀ ନାରାୟଣ ପଲେଇ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଢେଙ୍କିକୋଟର ସଞ୍ଜୟ କୁମାର ସାହୁ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ଯଦୁମଣି ବାରିକ୍। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଦିଲ୍ଲୀପ କୁମାର ବେଜ। କାର୍ଯ୍ୟକ୍ରମରେ ସେନା ନିବୃତ୍ତ ସଂଘ ତରଫରୁ ଅତିଥି ସୁରେନ୍ଦ୍ର ଜେନା, ନାରାୟଣ ପଲେଇ,ଅବସରପ୍ରାପ୍ତ ସେନା କର୍ମଚାରୀ ସତୀଶ କୁମାର ଜଙ୍କ ଓ ସଞ୍ଜୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଭାପତି ବଳଭଦ୍ର ମହାକୁଡ଼। ସମସ୍ତ ଅତିଥି ଓ ସେନା କର୍ମଚାରୀ ମାନେ ଦେଶ ମାତୃକା ପାଇଁ ସେନା ଓ ଯବାନ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଦିବଗଂତ ଯବାନ ମାନଙ୍କର ଅମର ଆତ୍ମାର ଶାନ୍ତିପାଇଁ ନୀରବ ପ୍ରାର୍ଥନା କରିଥିଲେ। ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଉପସଭାପତି ଦୋଳଗୋବିନ୍ଦ ପଣ୍ଡା, କୋଷାଧ୍ୟକ୍ଷ ମନ୍ମଥ ପ୍ରଧାନ,ଭୋଳାନାଥ ମହାନ୍ତ,ଅଙ୍ଗଦ ମହାନ୍ତ,କୀର୍ତ୍ତନ ମହାନ୍ତ,ପ୍ରମୋଦ କୁମାର ନାୟକ, ଦୀପକ ଜେନା, ଲଲାଟ କେସରୀ ମହାନ୍ତ,ମାନ ଭଞ୍ଜନ ଦାସ, ରମେଶ ନାୟକଙ୍କ ସମେତ ଅନ୍ୟାନ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.