ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ,ଓଡ଼ଗାଁ ପୋଲିସ ଦ୍ବାରା ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ ଅଟକ

0

ଓଡ଼ଗାଁ,୩୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ଖଣିଜ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ବୋଝେଇ ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକଙ୍କୁ ଅଟକ ରଖିଥିବା ଜଣାଯାଇଛି।ଚାଳକ ଜଣକ କୋମଣ୍ଡ ମଶାଣି ସାହିର ବଳରାମ ନାୟକ(୩୯) ଏବଂ ଗାଡ଼ି ମାଲିକ କୋମଣ୍ଡ ମକରପଦାର ରବୀନ୍ଦ୍ର ଭଟ୍ଟ(୩୫)। ରବିବାର ସକାଳେ ଓଡ଼ଗାଁ ପୋଲିସ ଏଏସଆଇ ଦେବରାଜ ମଲ୍ଲିକ,ହାବିଲଦାର ବ୍ରଜେନ୍ଦ୍ର ନାୟକ ଏବଂ କନେଷ୍ଟବଳ ଉପେନ୍ଦ୍ର ମଲ୍ଲିକ ପାଟ୍ରୋଲିଙ୍ଗ କରୁଥିବା ବେଳେ ରୋହିବାଙ୍କ କୋମଣ୍ଡ ଆଡ଼କୁ ଯାଉଥିବା ଏକ ବେଆଇନ ମାଙ୍କଡ଼ା ଚାଲାଣକାରି ଓଆର ୦୨ବିକେ ୪୯୭୪ ମିନି ଟ୍ରକକୁ ଅଟକାଇ ଓଡ଼ଗାଁ ଥାନାକୁ ଆଣିଥିଲେ।ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଦଫାରେ ୩୫୮/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

Leave A Reply

Your email address will not be published.