ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଞ୍ଜାମଜିଲ୍ଲା ଭଞ୍ଜଭୂମି ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି -୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍ ଖେଳର ଅନ୍ତିମ ଦିବସ ସପ୍ତମ ଦିନ ରବିବାର ୩୦/୧୧/୨୦୨୫ ରେ ସୁନ୍ଦରଗଡ଼ ଦୋସ୍ତି ଫୁଟବଲ କ୍ଲବ ଓ ଭଞ୍ଜନଗର ମରାଠା-୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମରାଠା ଏକାଦଶ ୩-୧ ଗୋଲରେ ଏକ ପାଖିଆ ବିଜୟ ଲାଭ କରିଛନ୍ତି। ଭଞ୍ଜଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ୨୦୨୫ ଉଦଘାଟନୀ ଦିବସ ଠାରୁ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ଏହି ସାତ ଦିନ ମଧ୍ୟରେ ୨୭/୧୧/୨୦୨୫ ତଥା ଖେଳର ଚତୁର୍ଥ ଦିବସରେ ମରାଠା -୧୧ ଭଞ୍ଜନଗର ୨-୧ ଗୋଲରେ ସମ୍ବଲପୁର କୁ ହରାଇ ଥିଲା। ସେହିପରି ୨୯/୧୧/୨୦୨୫ ଖେଳର ଷଷ୍ଠ ଦିନରେ ମରାଠା -୧୧ ବକ୍ସର୍ ବିହାର କୁ ୪-୧ ଟ୍ରାଇବେକ୍ ରେ ପରାଜିତ କରି ଫାଇନାଲ କୁ ଯାଇ ଆଜି ଖେଳ ର ଶେଷ ଅନ୍ତିମ ଦିବସ ତଥା ସପ୍ତମ ଦିନରେ ୩-୧ ଗୋଲରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦର୍ଶ କ୍ଳବ୍ କୁ ପରାଜିତ କରି ବିଜୟଲାଭ କରିଥିଲେ।ଏଥିସହ ଆଜିର ଉଦଯାପନୀ ଦିବସ ରେ ଶ୍ରେଷ୍ଠ ଗୋଲ କିପର ସୁନ୍ଦରଗଡର ବିଷ୍ଠୁ, ଶ୍ରେଷ୍ଠ ଡିଫେଣ୍ଡର ଖେଳାଳି ମରାଠା ଏକାଦଶର ସିପୁ , ମ୍ୟାନ ଅଫ ଦି ମ୍ୟାଚ ମରାଠା ଏକାଦଶର ଜଳିଆ, ମ୍ୟାନ ଅଫ୍ ଟୁର୍ନାମେଣ୍ଟ ସୁନ୍ଦରଗଡ଼ର ଆକାଶ ଓରାମଙ୍କୁ ଆୟୋଜିତ ଭବ୍ୟ ମଞ୍ଚରେ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ୫୫ ହଜାର ୫୫୫ ଟଙ୍କା ସହ ଉଇନର୍ (ବିଜେତା) ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି ରନର୍ସ ଅପ୍ ସୁନ୍ଦରଗଡ଼ ଦଳକୁ ୩୩ ହଜାର ୩୩୩ ଟଙ୍କା ସହ ରନର୍ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଘୁମୁସର ମାଟି ବହୁ ଆଗକୁ ଯାଇଥିଲା। ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଏଥିପ୍ରତି ଅବଦାନ ବିଶେଷ ଥିଲା। ବର୍ତ୍ତମାନ ଘୁମୁସର ମାଟିର କ୍ରୀଡ଼ାର ବିକାଶ ଦାୟିତ୍ୱ ମୁଁ ବିଧାୟକ ନିର୍ବାଚିତ ହେବାପରେ ନେଇଛି। ଆଗାମୀ ଦିନରେ ଏହି ପୁରୁଣା ଜେଲ୍ ପଡ଼ିଆ ବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆର ବିକାଶ ମଧ୍ୟ କରାଯିବାକୁ ସଵୁ ଦୃଷ୍ଟିରୁ ଜୋରଦାର ପ୍ରୟାସ ଆଗେଇ ଚାଲିଛି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏଫ୍.ଓ ହିମାଂଶୁ ଶେଖର ମହାନ୍ତି, ଏସ୍ .ଡି. ପି. ଓ ଡା ଦୀପକ କୁମାର ମିଶ୍ର, ଏନ୍ .ଏ.ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭଞ୍ଜ ଟ୍ରଫି ଆୟୋଜକ କମିଟିର ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ଏବଂ ଖେଳର ଉପସଭାପତି ଧିରେସ ମହାନ୍ତି, ସମ୍ପାଦକ ମାନସ ଜେନା, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ସହ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, କାଳିଆ ବେହେରା, ରାମ ନାରାୟଣ ପଣ୍ଡା, ସିଦ୍ଧାର୍ଥ ଉପସ୍ଥିତ ଥିଲେ। ଆଜିର ମ୍ୟାଚ୍ରେ ରେଫରୀ ଶିବ ଶଙ୍କର ପଣ୍ଡା ଥିବା ବେଳେ ଲାଇନ୍ସ ମ୍ୟାନ ରୋଷନ ଖାନ, ସୁଜିତ୍ ରାଜହଂସ, ଦିଲୀପ କୁମାର ରାଉତ, ବିଚିତ୍ର ଜେନା ଥିଲେ। ପି. ରମେଶ ମ୍ୟାଚ କମିଶନର ଥିଲେ। ଏହି ଅବସରରେ ଅଞ୍ଚଳର ବରିଷ୍ଠ ଫୁଟବଲ ଖେଳାଳି ମିଲନ୍ ବେହେରା, ସୁଧିର କୁମାର ବେହେରା, ପି. ଆନନ୍ଦ ରାଓ, ବିଚିତ୍ର ଜେନା, ଗଣେଶ ବାହାଦୂର, ରାଧା କାନ୍ତ ନାୟକ, ସୁବାସ ଚନ୍ଦ୍ର ଗୌଡ଼, ପି କାର୍ତ୍ତିକ ରାଓ, ଦିଲୀପ କୁମାର ବେହେରା, ଗୌରୀ ମହାରଣା, ରମେଶ ବେହେରା, ବାବୁ ମହାନ୍ତି, ଏ ନାରାୟଣ, ଏ. କ୍ରିଷ୍ଣା, ଉଷାକାନ୍ତ ପଟ୍ଟନାୟକ, ଶରତ କୁମାର ମହାନ୍ତି, ବାବୁ ମହାନ୍ତି, କୁଲୁ ସାମନ୍ତ, ଆଶିଷ ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ
Sign in
Sign in
Recover your password.
A password will be e-mailed to you.