ଜଗତସିଂହପୁର,ତା-୨୬.୧୧.୨୦୨୫/ସୁମନ୍ତକୁମାରଦାସ: ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ଅଧ୍ୟକ୍ଷତା ରେ ସମ୍ବିଧାନ ର ପ୍ରସ୍ତାବନା ପାଠ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ,ସମ୍ବିଧାନ ହେଉଛି ଭାରତୀୟ ଗଣତନ୍ତ୍ର ର ଆତ୍ମା। ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କ ଏହି କୃତୀ ଭାରତ କୁ ଏକ ସମ୍ପୂର୍ଣ ସମାଜବାଦୀ, ଧର୍ମନିରପେକ୍ଷ, ଲୋକତନ୍ତ୍ରତ୍ମକ ଗଣ ରାଜ୍ୟ ରେ ପରିଣତ କରାଇବା ସହ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର ପ୍ରଦାନ କରିବ। ଦେଶ ର ଅଖଣ୍ଡତା କୁ ସୁନିଶ୍ଚିତ କରି ଭାଇଚାରା ବଢ଼ାଇବ। ଏହି ଉପଲକ୍ଷେ ଶ୍ରୀ ରାୟ ସମ୍ବିଧାନ ସମ୍ବଳିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରି ସଠିକ ଉତ୍ତର ଦେଇଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଙ୍କ ଉପସ୍ଥିତି ରେ କାର୍ଯ୍ୟଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବିଧାନ ର ପ୍ରସ୍ତାବନା ପାଠ କରିଥିଲେ। ଏଥି ସହିତ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସମସ୍ତ ବ୍ଲକ୍, ତହସିଲ, ଦୁଇ ମ୍ୟୁନିସପାଲିଟି ରେ ମଧ୍ୟ ପ୍ରସ୍ତାବନା ପାଠ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.