ବୈଜ୍ଞାନିକ ପଦ୍ଧତିରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ସମ୍ବନ୍ଧୀୟ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ

0

ଜଗତସିଂହପୁର,ତା-/୨୬.୧୧.୨୦୨୫ସୁମନ୍ତକୁମାରଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ବିଷୟରେ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଯୁବଉଦ୍ୟୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ତା ୨୫.୧୧. ୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୨୬.୧୧.୨୦୨୫ ରିଖରେ ସମ୍ପନ୍ନ ହୋଇଛି। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକଙ୍କ ଉପସ୍ଥିତିରେ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମତ୍ସ୍ୟ ବିଶେଷଜ୍ଞ ଶ୍ରୀମତୀ ସରିତା ଦାସ ଭାଗ ନେଇଥିବା ଚାଷୀମାନଙ୍କୁ ଉନ୍ନତ ବୈଜ୍ଞାନିକ ମାଛ ଚାଷ,ଶୁଖୁଆ ଓ ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ନୂତନ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ମାଛ ଚାଷୀମାନେ ନିଜର ଆୟ କୁ କିପରି ବୃଦ୍ଧି କରିପାରିବେ ସେ ବିଷୟରେ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ଡ଼. ତପନ କୁମାର ପଲେଇ,ସସ୍ମିତା ପୁରୋହିତ, ବଳିଆ ମାଝୀ, ବିଜୟନୀ ସାହୁ ସହଯୋଗ କରିଥିଲେ।

Leave A Reply

Your email address will not be published.