ନିୟମିତ ଖବର କାଗଜ ପଢିବା ଅଭ୍ୟାସ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିଥାଏ: ବିଇଓ

0

ବ୍ଳକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତl

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତl ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ପ୍ରତିଭା କୁମାରୀ ରଥ ଯୋଗ ଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ବିଇଓ ଶ୍ରୀମତୀ ରଥ ନିୟମିତ ଖବର କାଗଜ ପଢିବା ଅଭ୍ୟାସ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିଥାଏ ବୋଲି ବକ୍ତବ୍ୟ ରଖିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଅଧ୍ୟୟନରେ ଖବର କାଗଜ ଏବଂ ସାଧାରଣ ଜ୍ଞାନ ଭିତ୍ତିକ ପୁସ୍ତକକୁ ସାମିଲ୍ କରି ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ I ଏଥିରେ ବ୍ଲକ୍ ର ୧୧୦ ଟି ବିଦ୍ୟାଳୟରୁ ବରିଷ୍ଠ, କନିଷ୍ଠ ଏବଂ ଉପକନିଷ୍ଠ ବିଭାଗରେ ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବ୍ଳକ୍ ର ସମସ୍ତ ସିଆରସିସି ଏବଂ ଛାତ୍ରଛାତ୍ରୀଙ୍କ ସହ ଆସିଥିବା ବିଭିନ୍ନ ବିଦ୍ୟାଳୟର ଗାଇଡ଼୍ ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କୁଇଜ୍ ପ୍ରତିଯୋଗିତlରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସିଆରସିସି ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ I

Leave A Reply

Your email address will not be published.