ଜଗତସିଂହପୁର,ତା-୨୬.୧୧.୨୦୨୫/ସୁମନ୍ତକୁମାରଦାସ: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅନୁପଲା ଗ୍ରାମରେ ଚଢଉ କରି ୬୨୦ ଗ୍ରାମର ଗଞ୍ଜେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ଯ ୬୨୦୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ସ୍ମିତା ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ ବୁଧବାର ସକାଳେ ଅନୁପଲା ଗ୍ରାମରେ ଚଢଉ କରିଥିଲା। ସନ୍ଦିଗ୍ଧ ଜଣକ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବ୍ୟାଗକୁ ନେଇ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୬୨୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ଅନୁପଲା ଗ୍ରାମର ନୃସିଂହ ଗୋଚ୍ଛାୟତଙ୍କ ପୁଅ ସନ୍ତୋଷ ଗୋଚ୍ଛାୟତ। ତାଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଯାଇଛି। ଏହି ଅଭିଯାନରେ ତିର୍ତ୍ତୋଲ ଅବକାରୀ ଥାନାର ଏ ଏସ୍ ଆଇ ହିମାଂଶୁ ନାୟକ, କନଷ୍ଟେବଳ ଲକ୍ଷ୍ମୀନାରାୟଣ ମଲ୍ଲିକ, କଲ୍ୟାଣି ସେଠୀ ପ୍ରମୁଖ ସାମିଲ ଥିଲେ। ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ ଥିବାର ପ୍ରକାଶ କରିଛନ୍ତି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ।
Sign in
Sign in
Recover your password.
A password will be e-mailed to you.