ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଥିବା ଇଣ୍ଡୋର ଷ୍ଟାଡିୟମର ଜିମ୍ର ଦୟନୀୟ ଅବସ୍ଥା ସହ ବହୁ ଯନ୍ତ୍ରପାତି ଖରାପ I ଜିମ୍ର ଅନେକ ଯନ୍ତ୍ରପାତି ଅଚଳ , ପୁରୁଣା, କିମ୍ବା ଅଂଶିକ ଭାବେ ଖରାପ ଅବସ୍ଥାରେ ରହିଛି। କେତେକ ମେସିନ୍ କାମ କରୁନାହିଁ I କେବୁଲ୍ ଫାଟିଯାଇଥିବା ବେଳେ ଏସି ମଧ୍ୟ୍ୟ ଅଚଳ ଅବସ୍ଥାରେ ପଡିଛି I ଜିମ୍ରେ ଅଭ୍ୟାସ କରିବାକୁ ଆସୁଥିବା ଖେଳାଳି ଏବଂ ଯୁବକମାନେ ବିଭିନ୍ନ ଅସୁବିଧାରେ ପଡୁଛନ୍ତି I ଏହା ବ୍ୟତୀତ ଜିମ୍ କୁ ଟ୍ରେନର୍ ମଧ୍ୟ ନିୟମିତ ଭାବେ ଆସୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଜିମ୍ ଟି ଆବର୍ଜ୍ଜନାର ପାହାଡ଼ ଉପରେ ଛିଡ଼ା ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ I ଯନ୍ତ୍ରପାତି ଗୁଡ଼ିକର ତଦାରଖ ଏବଂ ଉପଭୋକ୍ତାଙ୍କ ସୁବିଧା ପାଇଁ ଟ୍ରେନରର ନିହାତି ଆବଶ୍ୟକ ଥିବା ବେଳେ ଟ୍ରେନର୍ ଅଭାବରୁ ଜିମ୍ ପରିସ୍ଥିତି ଅଧିକ ଜଟିଳ ହେଉଛି ।ଏହା ସହିତ ଗୁରୁତର ସମସ୍ୟା ହେଉଛି ଜିମ୍ରେ ପିଇବା ପାଣିର ଅଭାବ। ଗରମ ସମୟରେ ଅଭ୍ୟାସ କରୁଥିବା ଯୁବକମାନେ ପିଇବା ପାଣି ନ ମିଳିବାରୁ ଶୋଷରେ ଛଟପଟ ହେଉଛନ୍ତି। ଯୁବକଙ୍କ ପାଇଁ ତିଆରି ହୋଇଥିବା ଏହି ଇଣ୍ଡୋର ଷ୍ଟାଡିୟମରେ ବିଭିନ୍ନ ସମସ୍ୟ ଲାଗି ରହିବା ଏବଂ ଏହାର ସମାଧାନ ପ୍ରତି କେହି ନଜର ନଦେବା ବିଡମ୍ବନାର ବିଷୟ ପାଲଟିଛି I ଷ୍ଟାଡିୟମ ହେଉଛି ବେଲଗୁଣ୍ଠାର ଗୌରବ, କିନ୍ତୁ ଅବ୍ୟବସ୍ଥା ଓ ଅବହେଳା ହେତୁରୁ ଏହାର ଗୁରୁତ୍ୱ କମିଯାଉଛି। ତେଣୁ ଖରାପ ଯନ୍ତ୍ରପାତି ଗୁଡ଼ିକର ଯଥା ଶୀଘ୍ର ମରାମତି,ନୂଆ ଯନ୍ତ୍ରପାତି କ୍ରୟ,ପାନୀୟ ଜଳ ବ୍ୟବସ୍ଥା,ନିୟମିତ ଜିମ୍ ଟ୍ରେନର୍ ନିଯୁକ୍ତି ପାଇଁ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ଖେଳାଳିମାନଙ୍କ ଦାବି କରିଛନ୍ତି I
Sign in
Sign in
Recover your password.
A password will be e-mailed to you.