ବୁକୁରାମୁଣ୍ଡା , ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ

0

ପଦ୍ମପୁର/ନିଳ ଦୀପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳ ସେତିକି ପ୍ରଚାର ପ୍ରସାର ତଥା ଜନସମ୍ପର୍କ ବଢାଇବାରେ ଲାଗିପଡିଛନ୍ତି ।ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଯଥା ବୁକୁରାମୁଣ୍ଡା, ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ସମସ୍ତ ଜୋନ ସଭାପତି ମାନଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଯୋଗଦେଇ ଅଞ୍ଚଳର ଚାଷୀ ତଥା ଜନସାଧାରଣଙ୍କ ସହିତ ସ୍ଥାନୀୟ ସମସ୍ୟା ଓ ତାର ପ୍ରତିକାର ଉପରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ କଂଗ୍ରେସକୁ ଅଧିକ ଲୋକପ୍ରିୟ କରାଇବା ସହ ଦେଶରେ ଓ ରାଜ୍ୟରେ ଚାଲିଥିବା ଜନବିରୋଧି ସରକାର ବିରୋଧରେ ଲଢ଼ିବା ପାଇଁ କର୍ମୀମାନଙ୍କୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ |

 ଏହି କର୍ମୀ ସମ୍ମିଳନୀରେ ବୁକୁରାମୁଣ୍ଡା ପଞ୍ଚାୟତ ଠାରେ ବିନୋଦ କାଳିଆ,ଦୀନବନ୍ଧୁ ନାଏକ, ଚନ୍ଦୁଲାଲ ପ୍ରଧାନ, ରଘୁମଣୀ ବେହେରା, ବ୍ରହ୍ମଲାଲ ଭୋଇ, ହରେକୃଷ୍ଣ ଭୋଇ, ଜମରତଲା ପଞ୍ଚାୟତ ଠାରେ ପ୍ରଣବ ଦାସ, ମାୟାରାମ ଶୁନା, ବିଜୟ ମେହେର, ଚନ୍ଦ୍ରଭାନୁ କାରେ, ଅରଖିତ ପଟେଲ, ଦାମରୀସ ବରିହା, ସାଗର ସେଠ, ଝସକେତନ ଭୋଇ , ବାହଦୁର ସେଠ ଓ ବୁଡାମାଲ ପଞ୍ଚାୟତ ଠାରେ ପିତାମ୍ବର ତାଣ୍ଡି, ଆର୍ତତ୍ରାଣ ଝାଙ୍କର, ମୁଲତି ଦାସ, ଦାମୋଦର ମେହେର, ଶତ୍ରୁଘ୍ନ ମେହେର ସହଦେବ ସାହୁ ଅନ୍ୟାନ୍ୟ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ଶ୍ରୀ ସାହୁ ଏହି ସଭାରେ ସାମିଲ ସମସ୍ତ କର୍ମୀ ମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ କଂଗ୍ରେସ ଦଳ କୁ କେମିତି ଆହୁରି ଅଧିକ ମଜଭୁତ କରାଯାଇପାରିବ ସେ ବିଷୟ ରେ କର୍ମୀ ମାନଂଙ୍କୁ  ଅବଗତ କରିଥିଲେ।

 

Leave A Reply

Your email address will not be published.