ତିର୍ତ୍ତୋଲ ନବନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ପୋଲିସ ରେଳ ଷ୍ଟେସନରୁ ଅଟକ ରଖିଲା

0

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ବୁଧବାର ସକାଳୁ ଶାରଳାରୋଡ ରେଳ ରହଣିସ୍ଥଳ ଓ ରାହାମା ରେଳ ଷ୍ଟେସନରେ ଭୂବନେଶ୍ବର ଚାଷୀ ସମାବେଶରେ ଯୋଗଦେବା ନିମନ୍ତେ ରେଳକୁ ଅପେକ୍ଷା କରିଥିବା  ବେଳେ ସେମାନଙ୍କୁ ପୋଲିସ ଅଟକାଇବା ସହ ଥାନାକୁ ନେଇଯାଇଥିବା ଓ ସନ୍ଧ୍ୟାରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ପୋଲିସର ଏଭଳି କାର୍ଯାନୁଷ୍ଠାନକୁ ନେଇ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ନବନିର୍ମାଣ କୃଷକ ନେତା ଦୁର୍ଯ୍ୟୋଧନ ମହାନ୍ତି,ବନମାଳୀ ଦାସ,ଦିଲ୍ଲୀପ ଖଣ୍ଡୁଆଳ ନିତ୍ୟାନନ୍ଦ ପାତ୍ର,ମଧୁସୂଦନ ବିଶ୍ୱାଳ,ମାୟାଧର ସାହୁ,କିଶୋର ସେଠୀ,ନିଳମଣୀ ଓଝା,ରମେଶ ସାମଲ,ସନ୍ତୋଷ ମହାରଣା,ପ୍ରତାପ ସୁତାର ପ୍ରମୁଖଙ୍କୁ ପୋଲିସ ଥାନା ପରିସରରେ ଅଟକ ରଖି ପରେ ଛାଡିଥିବା ଜଣାପଡିଛି।

Leave A Reply

Your email address will not be published.