କଂଗ୍ରେସ ଆସିଲେ ଜଂଗଲ,ଜଳ ଓ ଜମି ଆଦିବାସୀଙ୍କର ହେବ-ରାହୁଳ

0

Sundargarh/Rourkela( Horachand Deuria) : କଂଗ୍ରେସ ଦଳ ସରକାରକୁ ଆସିଲେ ଆଦିବାସୀ ମାନଙ୍କ ଜମି,ଜଳ ଓ ଜଂଗଲ ଅଧିକାରକୁ ସେମାନଙ୍କ ହାତରେ ଦେବାଲାଗି ବ୍ୟବସ୍ଥା ହେବ । ସେଥିଲାଗି ଆମ ସରକାର ନିୟମ କରିବେ ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ରାଉରକେଲା ଠାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଆଦିବାସୀ କାର୍ଡ ଖେଳିଛନ୍ତି । ଦୀର୍ଘଦିନ ଧରି ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀ ମୁଳବାସୀ ସଂଗଠନ ପକ୍ଷରୁ ଯେଉଁ ନାରା ଦିଆଯାଉଥିଲା ଆଜି ସେ ସେଥିରେ ସ୍ୱର ମିଳଇଛନ୍ତି । ସେ କହିଛନ୍ତି ତାଙ୍କ ସରକାର ଆସିଲେ,ଜମିଅଧିଗ୍ରହଣ ଓ ଟ୍ରାଇବାଲ ବିଲ ଅଣାଯିବ । ପେଶା ଆଇନକୁ କଡା କଡି କରାଯିବ । ଆଦିବାସୀ ମାନଙ୍କ ଜମି ସେମାନଙ୍କ ଠାରୁ ପଚାରି କରି ନିଆଯିବ । ଯଦି ନିଆଯାଇଥିବା ଜମି ୫ବର୍ଷଯାଏ କାମରେ ନଲାଗିବ ତାହା ପୁଣି ସେମାନଙ୍କୁ ଫେରାଇ ଦିଆଯିବ ।ଏଭଳି କଥା ଜିଲ୍ଲାରେ ବାସଚ୍ୟୁତ ଆନେ୍ଦାଳନକୁ ବେଶ୍ ସୁହାଇଛି । 

ସେ ଆହୁରି କହିଛନ୍ତି ଯେ ଓଡିଶାରେ ତାଙ୍କ ସରକାର ଆସିଲେ ଆଉ ଦାନ ମାଝୀ ଭଳି ଉଦାହରଣ ଦେଖାଯିବ ନାହିଁ ।ତାଙ୍କ ସରକାର ହେବ ଗରୀବ, ଆଦିବାସୀ ମାନଙ୍କ ସରକାର । ରାସ୍ତା,ଶିକ୍ଷା,ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରାଯିବା ସହ କୃଷି ଋଣ ଛାଡ କରାଯିବ । ଧାନର ମୁଲ୍ୟ ଚାଷୀ ଲାଗି ୨୬୦୦ କରାଯିବ ବୋଲି କହିବା ଛଡା କୃଷକ କିଭଳି ତାର ଚାଷରୁ ଉପକୃତ ହେବ ,ତାର କ୍ଷେତ ପାଖରେ କିଭଳି କାରଖାନା ପହଁଚିବ ତାର ସୁବିଧା କରିବା ଲାଗି ତାଙ୍କ ସରକାର ଉଦ୍ୟମ କରିବ କହିବା ସହ ପୁର୍ବ ମିଟିଂ ରେ କହିଥିବା କଥାକୁ ପୁଣି ଦୋହରାଇଥିଲେ । ରାଉରକେଲାର ବ୍ରାହ୍ମଣୀ ସେତୁ , ସୁପରସ୍ପେଷାଲିଟି  ଡାକ୍ତରଖାନା ଓ ମୋଦିଜିଙ୍କ ପ୍ରତିଶୃତିକୁ ନେଇ ସେ ନାନା ସମାଲୋଚନା କରିଥିଲେ ।

 

Leave A Reply

Your email address will not be published.