କଳା,ସଂସ୍କୃତି ଓ ଐତିହ୍ୟ ର ମହାମିଳନ ଖଡ଼ିଆଳ ମହୋତ୍ସବ ଉଦ୍ଘାଟିତ

0

କୋମନାରୁ ଭାଗିରଥି ଭୋଇ 

କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ, ଲୋକକଳାର ପୁନର୍ଜୀବିତ କରିବା ଉଦେଶ୍ୟ ନେଇ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ ଠାରେଅନୁଷ୍ଠିତ  ଖଡିଆଳ ମହୋତ୍ସବ ୨୦୧୯ର ଶୁଭ ଉଦଘାଟନ ବୁଧବାର ହୋଇଯାଇଛି । ମହୋତ୍ସବ  ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ପଂଚାୟତିରାଜ, ଆଦିବାସୀ ଓ ହରିଜନ କଲ୍ୟାଣମନ୍ତ୍ରୀ ରମେଶ ମାଝୀ ଯୋଗଦାନ କରି ଆନୁଷ୍ଠାନିକ  ଭାବରେ ପ୍ରଭୂ ଜଗନ୍ନାଥଙ୍କ ଠାରେ ଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ମୁୁଖ୍ୟବକ୍ତା ଭାବରେ ରାଉରକେଲାର ବିଶିଷ୍ଟ ସାହିତ୍ୟିକ  ରାଜୀବ ପାଣି, ସମ୍ମାନିତ ଅତିଥି ଭାବରେ ଯୋଜନା ଓ ସମନ୍ୱୟ ବୋର୍ଡର ସ୍ୱତନ୍ତ୍ର ସଚିବ ସୁଜୀତ କୁମାର, ଖଡିଆଳ ରାଜା ସାହେବ ତଥା ଗବେଷକ ଡଃ ଜିତାମିତ୍ର ପ୍ରସାଦ ସିଂଦେଓ, ନୂଆପଡା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ଢୋଳକିଆ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଲମ୍ବୋଦର ନିଆଲ, ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଦେବେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ  ।  ମହୋତ୍ସବ  ପାଳନ କମିଟିର ଉପସଭାପତି ମହମ୍ମଦ ୟାସିନ ସଭାପତିତ୍ୱ କରିଥିବା ବେଳେ ସଂଯୋଜକ ଡଃ ସୁଶାନ୍ତ କୁମାର ବିଶି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ  ପାଳନ କମିଟିର ସଂପାଦକ ସୁନୀଲ କୁମାର ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ବୌଦ୍ଧିକ ବିକାଶ କମିଟିର ଆବାହକ ଡଃ ସିର୍ଦ୍ଧାର୍ଥ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ପ୍ରଥମେ ଖଡିଆଳ ଐତିହ୍ୟ ଖଡିଆଳଠାରୁ ୧୦ କି.ମି. ଋଷିପୀଠରୁ ମଶାଲ ଆଣି ଖଡିଆଳ ବଡ ଦଧିବାମନ ମନ୍ଦିର ଓ ଇଷ୍ଟଦେବୀ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପାସ୍ଥିକୁଡ଼ିର ବଜାଶାଲ ଓ ଚପରିଆର ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ,ସଂକୀତନର ତାଳେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରାଯାଇ ରାଜା ଆତତ୍ରାଣ ଉଚ୍ଚ ବିଦ୍ୟଳୟ ପଡିଆଠାରେ ନିର୍ମିତ ବାହୁବଳୀ ମଂଚରେ ପହଂଚିଥିଲା । ଏହି ଅବସରରେ ମହୋତ୍ସବର ମୂଖପତ୍ର ସ୍ମରଣିକା ଖଡିଆଳ ଜ୍ୟୋତି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉଦଘୋଷକ ସୁଶାନ୍ତ ପାଢୀ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିପଡିଥିଲା ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆ । ଓଡିଶୀ ନୃତ୍ୟ,ବଜାସାଲ,ମଡୁଆସାଲ,ଆଦିବାସୀ ନୃତ୍ୟ ଓ ଛତିଶଗଡ ର ଛତିଶଗଡି ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।  

 

Leave A Reply

Your email address will not be published.