ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ତମ ବାର୍ଷିକ ଉତ୍ସବ

0

ଗାଇସିଲେଟ/କେଦାର ନାଥ ସାହୁ :  ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରେ ବିଦ୍ୟାଳୟ ର ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନ ର ସଭାପତି ଦିବ୍ୟ କିଶୋର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ସଂସ୍କୃତ ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ କୁଳପତି ପ୍ରଫେସର ଡ.ସାଧୁଚରଣ ପଣ୍ଡା ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡା.ମିନକେତନ ପୁରୋହିତ ଏବଂ ମୁଖ୍ୟ ବକ୍ତା ଭାବେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଭାପତି ଶ୍ରୀ ବାଞ୍ଚାନିଧି ପଣ୍ଡା ଯୋଗଦେଇଥିଲ। ସମସ୍ତ ରାଜ୍ୟରେ ଏବେ ଶିଶୁ ମନ୍ଦିର ପ୍ରତିଷ୍ଠା ହୋଇସାରିଲାଣି ଏବଂ ଭାରତ ବର୍ଷରେ ହିନ୍ଦୁ ସସ୍କୁତି,ପରମ୍ପରାକୁ ଏହି ଶିଶୁ ମନ୍ଦିର ବଞ୍ଚିତକରି ରଖିଛି ବୋଲି ଶ୍ରୀ ପଣ୍ଡା ବକ୍ତବ୍ଯ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ନରସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରୋଜିନୀ ଗୁରୁମା ସଭା ସଂଯୋଜକ କରିଥିଲେ।ଅନୁଷ୍ଠାନର ସଂପାଦକ ସଂଜୟ କୁମାର ପୁରୋହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ପରେ ସଂସ୍କୃତ ଅଧ୍ୟାପିକା ସଂଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭାକାର୍ଯ୍ୟ ପରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।ନବମଶ୍ରେଣୀର ଭଉଣୀମାନଙ୍କ ଦ୍ବରା ପରିବେଷିତ ହୋଇଥିବା ସ୍ବାଗତ ସଙ୍ଗୀତ ଦର୍ଶକମାନଙ୍କ ମନକୁ ଛୁଇଁଥିବା ବେଳେ ନବୀନ ସାହୁଙ୍କ ରଚନା ଏବଂ କୁମୁଦ ନାଏକ ଏବଂ ସୁଦର୍ଶନ ବାରିକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ତ ନାଟକ ” ପତାକା ଉତ୍ତୋଳନ ” ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲି।

Leave A Reply

Your email address will not be published.