‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ଛାତ୍ର ବିଜେଡି ଜଣାଇଲା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା 

0

ଭୁବନେଶ୍ୱର: ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ଚାଷୀଙ୍କ ଭବିଷ୍ୟତ ସହ ସେମାନଙ୍କ ସନ୍ତାନସନ୍ତତିଙ୍କ ଭବିଷ୍ୟତ ଗଠନ ନିମନ୍ତେ ବହୁମାତ୍ରାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ଦୂରଦୃଷ୍ଟି ସଂପନ୍ନ ଯୋଜନା ଦ୍ୱାରା ରାଜ୍ୟର ହଜାର ହଜାର ଚାଷୀ ପରିବାରର ଛାତ୍ରଛାତ୍ରୀ ଉପକୃତ ହେବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ନିମନ୍ତେ ଏହି ଐତିହାସିକ ପଦକ୍ଷେପ ନେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆଜି ନବୀନ ନିବାସରେ ଛାତ୍ର ବିଜେଡି ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଶୁଭେଚ୍ଛା ଜ୍ଞାପନ କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା କର୍ମକର୍ତ୍ତା ଓ କଲେଜ୍‍ ଛାତ୍ରଛାତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ କାଳିଆ ଯୋଜନା ସାରା ଭାରତବର୍ଷରେ ଏକ ଆଦର୍ଶ ଯୋଜନା, ଯାହା କୃଷି ଓ କୃଷକଙ୍କ ପ୍ରଗତି ଓ ଉନ୍ନତି ପଥରେ ନୂତନ ଦିଶା ଦେଖାଇବ । ଚାଷୀକୁଳର ଉନ୍ନତି କେବଳ ସମ୍ଭବ ସେମାନଙ୍କର ପିଲାମାନଙ୍କର ଭବିଷ୍ୟତ ସୁଦୃଢ଼ ହେଲେ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ କେବଳ ଚାଷୀ ନୁହେଁ, ଚାଷୀ ପିଲାଙ୍କ ଉଚ୍ଚଶିକ୍ଷାର ଦାୟିତ୍ୱ ଭାର ଗ୍ରହଣ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୂରଦୃଷ୍ଟି ସଂପନ୍ନ କାଳିଆ ଛାତ୍ରବୃତ୍ତି ଯୋଜନା ନିଶ୍ଚିତ ଭାବରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ୀକରଣରେ ସହାୟକ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ସ୍ଥିତପ୍ରଜ୍ଞ ଦାସ, କନିଷ୍କ ଜେନା, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ମନୋଜ ସେନାପତି, ଅପୂର୍ବା ଅପରୂପା, ବିଶ୍ୱପ୍ରତାପ ସାହୁ, ଶ୍ରୀଚନ୍ଦନ ପାତ୍ର, ସ୍ମୃତିରଞ୍ଜନ ପଟ୍ଟନାୟକ, ସ୍ମୃତିରଞ୍ଜନ ସାମଲ, ଦୀପକ ବେହେରା, ଭଗବାନ ସାହୁ, ମିକୁ ପ୍ରଧାନ, ପ୍ରଦୋଷ କୁମାର ସ୍ୱାଇଁ, ଅସିତ କୁମାର ସାମଲ, ଚିନ୍ମୟ ଦାସ, ସଂପାଦକ ପ୍ରମୋଦ ପାତ୍ର, ଦୀପକ ସାହୁ, ରାଜଲକ୍ଷ୍ମୀ ବେହେରା, ସାଂଗଠନିକ ସଂପାଦକ ସଂସଦ କୁମାର ନାୟକ, ଏସ୍‍.କେ. ଇମ୍ରାନ୍‍, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତିଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ର ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସୂଚନାଥାଉକି, ରବିବାର ଦିନ କେନ୍ଦୁଝରରେ ଅନୁଷ୍ଠିତ  ବିରାଟ କାଳିଆ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାଳିଆ ଯୋଜନା ହିତାଧିକାରୀ କୃଷକ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ‘କାଳିଆ ଛାତ୍ରବୃତ୍ତି’ ଘୋଷଣା କରିଥିଲେ । ରାଜ୍ୟର କୌଣସି କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚôତ ନକରିବା ଏହାର ଲକ୍ଷ୍ୟ । ଲୋକପ୍ରିୟ କାଳିଆ ଯୋଜନା ସହିତ କାଳିଆ ଛାତ୍ରବୃତ୍ତି ଯୋଜନା କୃଷକଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

Leave A Reply

Your email address will not be published.