ବିଜୁ ଜନତା ଦଳ ଅନୁସୂଚିତ ଜାତି ସାମ୍ମୁଖ୍ୟର ମହାସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

0

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଦଳର ଅନୁସୂଚିତ ଜାତି ସାମ୍ମୁଖ୍ୟର ଏକ ପ୍ରସ୍ତୁତି ବୈଠକ ରାଜ୍ୟ ଆବାହକ ଶ୍ରୀ ବିଷ୍ଣୁଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ହୋଇଯାଇଛି । ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଅନୁସୂଚିତ ଜାତି ଲୋକମାନଙ୍କୁ ନେଇ ଭୁବନେଶ୍ୱର ଠାରେ ଏକ ମହାସମାବେଶର ଆୟୋଜନ କରିବାକୁ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିପାଇଁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ସାକ୍ଷାତ କରି ସମାବେଶ ନିମନ୍ତେ ନିର୍ଦ୍ଧିଷ୍ଟ ତାରିଖ ନିର୍ଦ୍ଧାରଣ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ମାନ୍ୟବର ଅର୍ଥ ଓ କୃଷି ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକ, ବିଧାୟକ ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ଯୋଗେନ୍ଦ୍ର ବେହେରା, ଶ୍ରୀ ମାୟାଧର ଜେନା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଡା. ପ୍ରମୋଦ ମଲ୍ଲିକ, ଶ୍ରୀ ମହେଶ ସାହୁ, ଶ୍ରୀ ଗଣେଶ ପାତ୍ର, ଶ୍ରୀ ପ୍ରିୟାଂଶୁ ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ଆଦିକନ୍ଦ ସେଠୀ, ସୁରେଶ ପ୍ରମାଣିକ, ରାଜେନ୍ଦ୍ର ଦାସ, ସାମ୍ମୁଖ୍ୟର ସାଧାରଣ ସଂପାଦକ ଶ୍ରୀ ଅଶୋକ ମଲ୍ଲିକ, ବିକାଶ ମଲ୍ଲିକ, ସଂପାଦିକା ଶ୍ରୀମତୀ ମିନତୀ ଦାସ ଓ ଶ୍ରୀମତୀ ସୁରେଖା ମାଝୀ, ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଡା. ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.