ମଥୁରାଗଡରୁ ଅଭିମୁଖେ ଅକ୍ରୁର : ଧନୁଯାତ୍ରା ପାଇଁ ଆଣିବେ କୃଷ୍ଣ ବଳରାମଙ୍କୁ 

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗତ ତା୨୫ରିଖରେ ଉଦ୍‌ଘାଟିତ ହୋଇଥିବା ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ନବମ ଦିନରେ ପହଞ୍ଚିଛି। କଂସାସୁରଙ୍କ ସମସ୍ତ କୁଟଚକ୍ର ବିଫଳ ହେଲା ପରେ ଆଜି ବୃଦ୍ଧ ମନ୍ତ୍ରୀ ଅକୃରଙ୍କୁ ମହାରାଜ ଗୋପପୁରକୁ ପଠେଇଛନ୍ତି। ଧନୁଯାତ୍ରା ଦେଖିବାକୁ ଆସିବାର ଏକ ନିମନ୍ତ୍ରଣ  ଚିଠାଉ ଅକୃର ହାତରେ ଧରେଇ ଦେଇ ଗୋପପୁର ଯିବାପାଇଁ ଆଦେଶ ଦେଇଥିଲେ।ମହାରାଜଙ୍କ ଆଦେଶରେ ଅକୃର ଏକ ସୁସଜ୍ଜିତ ରଥରେ ବେନିଭାଇଙ୍କୁ ଆଣିବା ପାଇଁ ବାହାରିଥିବାର ନାଟ୍ୟାଭିନୟ  ଆଜି ମଞ୍ଚରେ ଦେଖିବାକୁ ମିଳିଥିଲା।ଆଜି ଦରବାରରେ ରାଜ ଅତିଥି ଭାବରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟିକା ରୀତା ସାହୁ,ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା,ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଡାକ୍ତର ସୁରେନ୍ଦ୍ର ପରକିଏ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବନେତା ରାଜୁ ଘିବେଲା ଉପସ୍ଥିତ ଥିଲେ। ଲୋଇସିଂହାର ସୁରସଙ୍ଗମ ସାସ୍କୃତିକ ଅନୁଷ୍ଠାନ ତରଫରୁ ମଞ୍ଚରେ  ପ୍ରଦର୍ଶିତ ଲୋକନୃତ୍ଯ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲା।

Leave A Reply

Your email address will not be published.