କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ଛକର NM ITI ପ୍ରାଙ୍ଗଣରେ ଆଜି ସକାଳ ପ୍ରାୟ ୯ଟା ସମୟରେ ପାଟକୁରା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।ସେ ଏହି ଅବସରରେ କହିଥିଲେ, ସମାଜର ସେବା କରିବା ହିଁ ପାର୍ଟିର ମୁଖ୍ୟ ଲକ୍ଷ୍ୟ। ରକ୍ତଦାନ କୁ ସର୍ବୋଚ୍ଚ ସେବାର ସମାନ କରାଯାଇଥାଏ।
ଏହି ଶିବିରରେ ବିଜେପିର ବିଭିନ୍ନ ସ୍ଥାନୀୟ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ। ଯୁବକ-ଯୁବତୀମାନଙ୍କ ସହିତ ସାଧାରଣ ଲୋକମାନେ ମଧ୍ୟ ସ୍ୱଇଚ୍ଛାରେ ରକ୍ତଦାନ କରିଥିବାରୁ ଶିବିରରେ ଉତ୍ସାହଦାୟକ ପରିବେଶ ଦେଖାଯାଇ ଥିଲା।ପାର୍ଟି ନେତାମାନେ ଏହି ପ୍ରୟାସକୁ ସମାଜ ସେବାର ଦିଗରେ ଏକ ସଫଳ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ।
Sign in
Sign in
Recover your password.
A password will be e-mailed to you.