କେନ୍ଦୁଝର,ତା୨୪/୯- କହୁ କହୁ ଚାରି ବର୍ଷ ବିତିଗଲା ଆଜିର ଦିନରେ ୨୦୨୧ରେ କେନ୍ଦୁଝର ମାଟିର ଜଣେ ଯୋଗ୍ୟ ପୁତ୍ର ସାମ୍ବାଦିକ ଅରିନ୍ଦମ ଦାଶ ସାମ୍ବାଦିକତା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କେନ୍ଦୁଝର ଧନୁର୍ଜ୍ଜ୍ୱୟ ନାରାୟଣ ଉଚ୍ଚ ବିଦ୍ୟାଳୟରୁ ମେଧାବୀ ଛାତ୍ର ଭାବେ ପାସ କରି ଧରଣୀଧର ମହାବିଦ୍ୟାଳୟରେ ସେ ଯୁକ୍ତ ଦୁଇ ବିଜ୍ଞାନ ପଢି ପୁଣି ସେଠାରେ ବାଣିଜ୍ୟ ପଢିଥିଲେ। କାଳଚକ୍ରରେ ଛାତ୍ର ସଙ୍ଘ ସଭାପତି ପୁଣି ଫୌଜଦାରୀ ମାମଲା ଏନସିସି ଥାଇ ମଧ୍ୟ ସେନାରେ ଯୋଗ ଦେଇନଥିଲେ। ତେବେ ଲଢୁଆ ପ୍ରକୃତି ଲାଗି ଢେଙ୍କାନାଳ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନରେ ପଢି ସାମ୍ବାଦିକତା ଚାକିରୀ ଆରମ୍ଭ କରିଥିଲେ। କିଛି କାଳ ଧରିତ୍ରୀରେ କ୍ରାଇମ ରିପୋର୍ଟର ସେଠାରୁ ପୁଣି ଓଟିଭି। ଝଡ ବାତ୍ୟା,କରୋନା ମହାମାରୀ, ମାଓବାଦୀ ଅପହରଣ ଆଦି ନ୍ୟୁଜ ପ୍ରସାରଣ କରୁକରୁ ମହାନଦୀ ପାଣିରେ ପଶିଥିବା ହାତୀ ଉଦ୍ଧାର ଖବର ଲାଇଭ ପ୍ରସାରଣ କରୁଥିବା ବେଳେ ବୋଟ ଓଲଟି ଦୁର୍ଘଟଣାରେ ଆଜି ଦିନରେ ଅରିନ୍ଦମଙ୍କ ଜୀବନ ଚାଲିଯାଇଥିଲା। ଜୀବନ ଅନୁଭୂତିକୁ ଏକାଠି କରି ଆଗକୁ କିଛି କରିବାକୁ ବାହାରିଥିବା ବେଳେ କାଳର ନିର୍ଦ୍ଦେଶରେ ସେ ଅଫେରା ରାଇଜକୁ ଫେରି ଯାଇଥିଲେ। ତେବେ ତାଙ୍କୁ କିପରି ଜଙ୍ଗଲୀ ହାତୀ ପାଖକୁ ଲାଇଭ ଟେଲିକାଷ୍ଟ ଲାଗି ସରକାରୀ ଓଡ୍ରାଫ ବୋଟରେ ପଠା ଯାଇଥିଲା ତାହା ପ୍ରଶ୍ନବାଚୀ ହୋଇ ରହିଯାଇଛି। ଅରିନ୍ଦମଙ୍କ ଲାଗି ଶୋକ ଅନେକ ପ୍ରଚାର ପ୍ରସାର ଲାଗି ଅସଲି କଥା ବେଦନାକୁ ବାଧ୍ୟ ହୋଇ ଭୁଲି ଯିବାକୁ ସମସ୍ତେ ବସିଛନ୍ତି। ଘରେ ତାଙ୍କର ମାଆ, ସ୍ତ୍ରୀ ଓ ଛୋଟ ପୁଅ ରହିଯାଇଛି। ତାଙ୍କୁ ଭଲ ପାଉଥିବା ଲୋକେ ତାଙ୍କୁ ଝୁରି ହେଉଛନ୍ତି। ତେଣୁ ତାଙ୍କର ଜନ୍ମସ୍ଥାନ ପାଟଣା ବ୍ଲକ ଅନ୍ତର୍ଗତ ରାଇକଳା ଗ୍ରାମରେ ଆଜି ପରିବାର ଓ ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଅରିନ୍ଦମଙ୍କ ତ୍ୟାଗ ନିଷ୍ଠା କଥା ଆଲୋଚନା ହୋଇଥିଲା ତାଙ୍କୁ ସମସ୍ତେ ଝୁରି ହୋଇଥିଲେ। ପରିବାର ପକ୍ଷରୁ ଅରିନ୍ଦମଙ୍କ ନାମରେ ଏକ ଟ୍ରଷ୍ଟ କରି ସେବା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିନ୍ତାମଣି ମହାନ୍ତ, ପୂର୍ବତନ ଫରେଷ୍ଟ ରେଞ୍ଜର ରଞ୍ଜନ କୁମାର ପାଣି, ଓଟିଭି ସାମ୍ବାଦିକ ଚିନ୍ମୟ ସାହୁ, ବନ୍ଧୁ ସିଦ୍ଧେଶ୍ୱର ସାହୁ, ସମାଜସେବୀ ବାପି ବିଶ୍ୱାଳ, ଆଦିତ୍ୟ କୁମାର ପଟ୍ଟନାୟକ ଆଦି ବହୁ ବ୍ୟକ୍ତି ଓ ପରିବାର ଲୋକେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.