ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ତରଫରୁ ପବିତ୍ର ଦୁର୍ଗା ଅଷ୍ଟମୀ ତିଥୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ତିନିଦିନ ଧରି ବିରଳ ଅଷ୍ଟ ବେତାଳ ପୂଜା ଉତ୍ସବ ଅନୁଷ୍ଠିତ ହେବ। ଏହି ଅଷ୍ଟ ବେତାଳ ପୂଜା ଭଞ୍ଜନଗର ତହସିଲ୍ ବ୍ୟତିତ ଅନ୍ୟତ୍ର ଦେଖିବାକୁ ବିରଳ ଅଟେ। ଉକ୍ତ ପୂଜା ଭଞ୍ଜନଗର ସହରରେ ରାଜା ରାଜୁଡା ସମୟରୁ ହୋଇଆସୁଥିବା ଅନେକ ବୟୋଜ୍ୟେଷ୍ଠ ମତ ଦିଅନ୍ତି ଓ ଏହାର ଅନେକ ନିଦର୍ଶନ ମଧ୍ୟ ରହିଛି। ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ତରଫରୁ ଏହି ପୁଜା ଉତ୍ସବ କୁ ଚଳିତ ବର୍ଷ ଆଡ଼ମ୍ବର ସହକାରେ ଓ ଭବ୍ୟ ରୁପେ ପାଳନ କରିବା ପାଇଁ ତତ୍ପରତା ଦେଖାଦେଇଛି। ସେଥିନିମିତ୍ତ ଆଜି ସେପ୍ଟେମ୍ବର ମାସ ୨୪ ତାରିଖ ବୁଧବାର ୨୦୨୫ ଦିନ ସ୍ଥାନୀୟ ନାରାୟଣ ମନ୍ଦିର ସାହିରେ ଥିବା ଭଞ୍ଜ ବଂଶୀୟ ନାରାୟଣ ସ୍ଵାମୀ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ନିମନ୍ତ୍ରଣ ପତ୍ର ସହିତ ପାନ ଗୁଆ କୁ ପ୍ରଦାନ କରି ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନେକ ଅନୁଷ୍ଠାନ ସଦସ୍ୟ ଙ୍କୁ ବାଜ ବାଜଣା ସହିତ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଅନେକ ତହସିଲ କର୍ମକର୍ତ୍ତା ଯୋଗଦାନ କରିଥିଲେ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଅଷ୍ଟ ବେତାଳ ପୂଜା ଅନେକ ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି। ସେତେବେଳେ ଘୁମୁସର ଅଞ୍ଚଳ ର ଅନେକ ତହସିଲ କାର୍ଯ୍ୟାଳୟ ପ୍ରାୟ ୧୩/୧୪ ଖଣ୍ଡ ହେବ ଭଞ୍ଜନଗର ତହସିଲ୍ ସହିତ ଏକାଠି କାର୍ଯ୍ୟ କରୁଥିଲା। ଏଠାରୁ ହିଁ ସମସ୍ତ କାର୍ଯ୍ୟ ଓ କର୍ମଚାରୀ ଅନ୍ୟ ସ୍ଥାନକୁ ଯାଇ କାର୍ଯ୍ୟ କରି ରାତ୍ରରେ କାର୍ଯ୍ୟାଳୟ କୁ ଫେରୁଥିଲେ। ସେତେବେଳେ ସବୁଆଡେ ଘଞ୍ଚ ଜଙ୍ଗଲ ଓ ଅନେକ ପ୍ରକାର ହିଂସ୍ର ଜୀବଜନ୍ତୁ ଙ୍କ ଭୟ ସବୁବେଳେ ଲାଗି ରହୁଥିଲା। ଥରେ କର୍ମକ୍ଷେତ୍ରରୁ ବାହାରକୁ ବାହାରିଲେ ଜିବନ୍ତ ଫେରିବେ କି ନାହିଁ ସନ୍ଦେହ ଲାଗି ରହୁଥିଲା। ତଥାପି ବଞ୍ଚିବା ନିମିତ୍ତ କର୍ମ ନିଶ୍ଚୟ କରିବାକୁ ପଡିବ। ସେଥିନିମିତ୍ତ ଜନସାଧାରଣ ଙ୍କ ମନରେ ପ୍ରଗାଢ଼ ଆସ୍ଥା ଓ ବିଶ୍ଵାସ ଥିଲା ଯେ, ଅଷ୍ଟ ବେତାଳ ଙ୍କ ପୁଜା ଦ୍ଵାରା ଅଷ୍ଟ ବେତାଳ ମାନେ ସବୁ ବିପଦ ରୁ ରକ୍ଷା କରିବେ ଓ କରୁଥିଲେ ମଧ୍ୟ। ସେଥିପାଇଁ ସେହି ଅଷ୍ଟ ବେତାଳ ପୂଜା ଅନେକ ବର୍ଷରୁ ଏଠାରେ ଅନୁଷ୍ଠିତ ହୋଇ ଆସୁଅଛି।
ସେଥିପାଇଁ ସେହି ଅଷ୍ଟ ବେତାଳ ପୂଜା ଉତ୍ସବ ଆସନ୍ତା ଦୁର୍ଗା ଅଷ୍ଟମୀ ଦିନ ଠାରୁ ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ପାଖ ଅସ୍ଥାୟୀ ମଣ୍ଡପରେ ଅନୁଷ୍ଠିତ ହେବ। ପୁଜା,ହୋମ,ଯାଗ ଯଜ୍ଞ, ଅନ୍ନପ୍ରସାଦ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଈ ବିଜୟା ଦଶମୀ ଦିନ ଅଷ୍ଟ ବେତାଳ ଙ୍କ ଜଳ ବିସର୍ଜନ କରାଯାଇଥାଏ। ଆଜିର ନିମନ୍ତ୍ରଣ ପତ୍ର ବଣ୍ଟନରେ ପ୍ରଥମେ ସ୍ଥାନୀୟ ତହସିଲଦାର ଅଭିପ୍ସା ପଟ୍ଟନାୟକ ଙ୍କୁ ଓ ପରେ ପରେ ବିଡ଼ିଓ, ଅତିରିକ୍ତ ତହସିଲଦାର, ଉପଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ଥାନାଧିକାରୀ, ସହିତ କେତେକ ଅନୁଷ୍ଠାନ କୁ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post