ପାରଳାଖେମୁଣ୍ଡି / ବାଳକୃଷ୍ଣ ପାାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ମିଳିତ ଆନୁକୂଲ୍ୟରେ ନାରୀ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ DLSA ର ସେକ୍ରେଟାରୀ ଶ୍ରୀଯୁକ୍ତ ବିମଳ କୁମାର ରାଉଳ , (ବରିଷ୍ଠ ଜିଲ୍ଲା ନ୍ୟାୟିକ ମୁଖ୍ୟ) ଅତିଥି ଭାବେ ଯୋଗଦେଇ ନାରୀମାନଙ୍କର ମୌଳିକ ଅଧିକାର ଓ ସୁରକ୍ଷା ତଥା ବିବାହ ସମୟ , ବୈବାହିକ ମନୋବୃତ୍ତି ଉପରେ ଆଲୋଚନା କରିଥିଲେ।
ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର ଜିଲ୍ଲା ନ୍ୟାୟାଳୟର ପବ୍ଲିକ ପ୍ରସିକ୍ୟୁଟର ଯୋଗଦେଇ ଯୌନ ନିର୍ଯ୍ୟାତନା , ଶାରୀରୀକ ନିର୍ଯାତନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ 112 ନମ୍ବରକୁ ଫୋନ କରି ତୁରନ୍ତ କିପରି ପଦକ୍ଷେପ ନେଇ ପାରିବେ ସେ ସମ୍ବନ୍ଧରେ ଛାତ୍ରୀବୃନ୍ଦ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ “ସଖୀ” ୱାନ୍ ଷ୍ଟପ୍ ଅନୁଷ୍ଠାନର ବିଭାଗୀୟ ଅଧିକାରୀ ସୁନୀତା ରଥ ଓ ସୁନୀତା ବେହେରା ଅନୁଷ୍ଠାନର ଯୋଗାଯୋଗ ନମ୍ବର ଦେଇ , ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ କିପରି ଯୋଗାଯୋଗ କରିପାରିବେ ଉଦାହରଣ ସ୍ବରୂପ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ବାଲ୍ୟବିବାହ , ଅନ୍ଧବିଶ୍ବାସ କୁସଂସ୍କାରର ବଶବର୍ତ୍ତୀ ହୋଇ ଝିଅମାନଙ୍କୁ କମ୍ ବୟସରୁ କିପରି ବିବାହ କରାଇଦେବା ଓ ପିତାମାତା ତଥା ଅଭିଭାବକ ଝିଅମାନଙ୍କ ଦାୟିତ୍ବ ନେବାରୁ ନିବୃତ୍ତ ହେବା ଆଦି ଉପରେ ଆଲୋଚନା କରି ନିଜେ ଛାତ୍ରୀ ମାନେ ଆଇନ ସୁରକ୍ଷା ପ୍ରତି ସଚେତନ ହେଲେ ନିଜ ଦାୟିତ୍ବ କିପରି ନିଜେ ବହନ କରିପାରିଲେ ସେ ସମ୍ବନ୍ଧର ଅବଗତ କରାଇଥିଲେ।
ପରିଶେଷରେ ଅଧିକାରୀମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମଟି NALSA ରୁ ସ୍କିମ୍ 2016 ଏବଂ ସ୍କିମ୍ 2017 ର ଆଧାରରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ଜିଲ୍ଲା ନ୍ୟାୟାଳୟର କର୍ମକର୍ତ୍ତା ଏବଂ ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.