ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏକା ଦିନରେ ଦୁଇ ଦୁଇଟି ବେଆଇନ୍ ଗୋରୁ ଚାଲାଣ ରୋକିବାରେ ସକ୍ଷମ ହୋଇଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ବେଲଗୁଣ୍ଠା ପୋଲିସ୍ ଗାଡ଼ି ମଟର ଯାଞ୍ଚ୍ କରୁ୍ଥିବା ବେଳେ ଓଡି୩୨ଜେ୨୩୯୨ ନମ୍ବର୍ ବିଶିଷ୍ଟ ଏକ ପିକ୍ ଅପ୍ ଗାଡ଼ିରେ ବେଆଇନ୍ ଗୋରୁ ଚାଲାଣ ହେଉଥିବା ସୂଚନା ପାଇ ଗାଡ଼ିଟିର ପିଛା କରି ଏହାକୁ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ଛକ ନିକଟରେ ଅଟକାଇବା ସହିତ ସେଥିରେ ଅତି ଦୟନୀୟ ଅବସ୍ଥାରେ ଭର୍ତ୍ତି କରାଯାଇଥିବା ୧୨ ଟି ଗାଈକୁ ଉଦ୍ଧାର କରିଥିଲେ I ଗାଈ ଗୁଡ଼ିକୁ ଅମାନବୀୟ ଭାବରେ ଅତି ଅଳ୍ପ ସ୍ଥାନରେ ଲଦାଲଦି କରି ରଖାଯାଇଥିଲା I ଏନେଇ ଗାଡିକୁ ଜବତ କରାଯିବା ସହିତ ବେଲଗୁଣ୍ଠା ଥାନାରେ ୪୬୪/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା I ଅନୁରୂପ ଭାବେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ନିକଟରେ ଓଡି୦୭ଏକ୍ଯୁ୭୭୪୫ ନମ୍ବର୍ ବିଶିଷ୍ଟ ଅନ୍ୟ ଏକ ପିକ୍ ଅପ୍ ଗାଡ଼ିରେ ବେଆଇନ୍ ଗୋଚାଲାଣ ହେଉଥିବା ବେଳେ ଗାଡିଟିକୁ ଜବତ କରି ସେଥିରୁ ତିନୋଟି ଗାଈକୁ ଉଦ୍ଧାର କରିଥିଲେ ବେଲଗୁଣ୍ଠା ପୋଲିସ୍ I ଏନେଇ ବେଲଗୁଣ୍ଠା ଥାନାରେ ୪୬୫/୨୫ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I ବେଲଗୁଣ୍ଠା ପୋଲିସ୍ ର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳର ପଶୁ ପ୍ରେମୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି I
Sign in
Sign in
Recover your password.
A password will be e-mailed to you.