ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ ଆଜି ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ l ମହାବିଦ୍ୟାଳୟରେ ଅୟୋଜିତ ସାତଦିନିଆ ପୂଜା ସ୍ୱତନ୍ତ୍ର ଶିବିରର ତୃତୀୟ ଦିନରେ ଜାତୀୟ ସେବା ଯୋଜନାର ୫୬ ତମ ଜନ୍ମଦିବସ ପାଳନ ଅବସରରେ ବହୁ ପ୍ରାକ୍ତନ ସ୍ବେଛାସେବୀ ଯୋଗଦେଇଥିଲେ l ଭାରତର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସେବା ମନୋଭାଵ ଓ ବ୍ୟକ୍ତିତ୍ୱ ବିକାଶ ପାଇଁ ଗଠନ ହୋଇଥିବା ଜାତୀୟ ସେବା ଯ଼ୋଜନା ଏହାର ବିବିଧ କାର୍ଯ୍ୟକ୍ରମ ଦ୍ୱାରା ସମ୍ପ୍ରତି ଦେଶର ସ୍ବେଛାସେବୀ ମାନଙ୍କର ନେତୃତ୍ୱ ବିକାଶ ସହ ଅନ୍ତର୍ନିହିତ ଗୁଣବତ୍ତାର ପରିସ୍ପୁଟନ କରିଚାଲିଛି l ରାଜ୍ୟ ଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମରେ ରେ ବାଲୁଗାଁ ମହାବିଦ୍ୟାଳୟର ଅନେକ ସ୍ବେଛାସେବୀ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି l ଏନଏସଏସ ର ଗାରିମାକୁ ବହୁଗୁଣିତ କରିବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ରାଜ୍ୟ ଶ୍ରେଷ୍ଠ ସ୍ବେଛାସେବୀ ବବୁଲ ରଣସିଂହ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିକ୍ରମ ବିଷୋୟୀ, ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ବେଛାସେବୀ ନବ କିଶୋର ଜାଲି ,ଯଶବନ୍ତ ବେହେରା, ଶିବକୁମାର ବେହେରା,ମୋନାଲିସା ରାଉତ, ସନ୍ଧ୍ୟାରାଣୀ ବେହେରା, ସୁଗନ୍ଧରାଜ ଜେନା, ରଶ୍ମିରେଖା ବେହେରା ଯୋଗଦେଇ ନିଜର ଅତୀତ ଶିବିର ଅନୁଭୂତି ଉପସ୍ଥାପନା କରିବା ସହ ସ୍ବେଛାସେବୀମାନଙ୍କୁ ସେବା ପ୍ରତି ଉତ୍ସର୍ଗୀକୃତ ହେବାକୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ସ୍ବେଛାସେବୀମାନେ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କରିବା ସହ ନିକଟସ୍ଥ ଜରାନିବାସରେ ବୃଦ୍ଧ ବୃଦ୍ଧାମାନଙ୍କୁ ଫଳ ବଣ୍ଟନ କରିଥିଲେ l ସ୍ବେଛାସେବୀ ବିଜୟ ଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post