ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ “ଜାତୀୟ ସେବା ଯୋଜନା ଦିବସ” ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛିଏବଂ ପ୍ରଶାସନିକ ଅଧୀକ୍ଷକ ଅଧ୍ୟାପକ ତ୍ରିନାଥ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରା ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ବିଶିଷ୍ଠ ସାହିତ୍ୟିକ ଡ଼ଃ. କୈଳାସ ଚନ୍ଦ୍ର ତ୍ରିପାଠୀ ସେବା ଯୋଜନାର ପତାକା ଉତ୍ତୋଳନ କରିବା ସହ ସ୍ବେଛାସେବୀମାନେ ଉତ୍ସର୍ଗୀକୂତ ମନୋଭାବ ନେଇ ଯୋଜନା ମାଧ୍ୟମରେ ସାମାଜିକ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ସି. ଆର. ସି. ସି. ଛାୟାକାନ୍ତ ମହାପାତ୍ର ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ସମର୍ପଣଭାବ ନେଇ ଜାତୀୟ ସେବାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଗତ ଦିନମାନଙ୍କରେ ଅନୁଷ୍ଠାନର ଜାତୀୟ ସେବା ଯୋଜନାର ସଫଳତାର ସ୍ମୁତିଚାରଣ କରିବା ସହ ସେବା ମାଧ୍ୟମରେ ସାମାଜିକ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରଯାଇଥିଲା। ଶେଷରେ ସେବା ଯୋଜନା ଅଧିକାରୀ ଭବାନୀ ଶଙ୍କର ରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ରୁନିବାଳା ତ୍ରିପାଠୀ, ସୁଶାନ୍ତ କୁମାର ଲେଙ୍କା,ପି ଦିପକ ରାଓ, ଅର୍କଧ୍ୱଜ ପଣ୍ଡା, ପ୍ରଦୀପ ଦିଗାଲ, ବିକ୍ରମ କେଶରୀ ରାଉତ, ମନୋଜ କହ୍ନର, ଗାଙ୍ଗୁଲି ପାଲଟାସିଂ, ସୌମେନ୍ଦୁ ପଣ୍ଡା, ଜଗତ ରଞ୍ଜନ ବିଶ୍ୱାଳ, ଆଶୁତୋଷ ପ୍ରଧାନ, ସ୍ୱରୂପାରାଣୀ ବିଶ୍ୱାଳ, ସୁନିତା ଦଳବେହେରା, କିରନ କହଁର, ଜୟଶ୍ରୀ ସେଠି, ଭାରତୀ ବିଶ୍ୱାଳ, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.