ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )–:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଂସାରୀ ସାହିରେ ଦୁର୍ଗା ପୂଜା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଏକ କୋଡିଏ ଜଣିଆ କୋର କମିଟି ଗଠନ ହୋଇଯାଇଛି। କମିଟିର ସଭାପତି ଭାବେ ରବୀନ୍ଦ୍ର ନାଥ ଚୌଧୁରୀଙ୍କୁ ମନୋନ୍ୱିତ ହୋଇଥିବା ବେଳେ ସିଏଚ ଯତୀନ କୁମାର ପାତ୍ର ସମ୍ପାଦକ ଓ ପ୍ରଶାନ୍ତ ସରାବ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ, ମୁଖ୍ୟ ପରାମର୍ଶ ଦାତା ଭାବେ ସିଏଚ ଲିଙ୍ଗରାଜ ପାତ୍ର, ଶ୍ୟାମ ସୁନ୍ଦର ପଣ୍ଡା ଓ ରବୀନ୍ଦ୍ର ନାଥ ପତିଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ କଂସାରୀ ସାହିର କାଉଁସିଲର ପ୍ରଗତି ପାତ୍ର, ବାବୁଲା ଗୌଡ଼, କୋକୋ ଗୌଡ଼, କାଶୀନାଥ ସାହୁ ସମସ୍ତ ବାସିନ୍ଦା ଯୋଗ ଦେବା ସହିତ ଦୁର୍ଗା ମେଢ଼ ପାଇଁ କାରୁକାର୍ଯ୍ୟ, ଲାଇଟ ସାଉଣ୍ଡ ସାଜସଜା ଓ ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପୂଜା ପାଠ ଓ ଭସାଣି କେମିତି ସୁରୁଖୁରୁରେ ହେଵ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରକାଶ ଥାଉକି, କଂସାରୀ ସାହିରେ ଦୁର୍ଗା ପୂଜା ପ୍ରାୟ ୩୦ ବର୍ଷ ରୁ ଉର୍ଦ୍ଧ ହେଵ ମହା ଆଡମ୍ବରରେ ପାଳିତ ହୋଇ ଆସୁଛି।
Sign in
Sign in
Recover your password.
A password will be e-mailed to you.