ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟଙ୍କ ଗଣଧାରଣା

0 1

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗଣଧାରଣାରେ ବସିଥିଲେ। କେନ୍ଦ୍ର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା ହାତକୁ ନେଉଥିବା ବେଳେ ସି ଏସ ଏସ କର୍ମୀମାନେ ଏଥିରୁ ବାଦ୍ ପଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇ ବିକାଶର ଧାରାରେ ସାମିଲ କରିବାକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ସେମାନଙ୍କୁ ଦୀର୍ଘ ଛଅ ମାସ ହେଲା ଦରମା ମିଳିନାହିଁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି। ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ପୂର୍ବ ପରି ସ୍ଥାୟୀ ଦରମା, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ସହିତ ଆକାଉଣ୍ଟ ରେ ଦରମା ପାଇବା, ଛଅ ମାସର ବକେୟା ରାଶି ମିଳିବା ଏହିଭଳି ବିଭିନ୍ନ ଦାବି ନେଇ ଆଜି ବେଲଗୁଣ୍ଠା ବ୍ଲକ ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଲକ୍ଷପତି ଦିଦିର ପରିକଳ୍ପନା ଗୋଟିଏ ପଟରେ କରୁଥିବା ବେଳେ ଅନ୍ୟପଟେ ଏହି ଦିଦି ମାନେ ନିଜର ହକ ପାଇଁ ଗଣଧାରଣରେ ବସିବା ଏକ ହାସ୍ୟସ୍ପଦ ଘଟଣା ବୋଲି ଆଲୋଚନା ହେଉଛି

Leave A Reply

Your email address will not be published.