ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ।

3

 କେନ୍ଦ୍ରାପଡ଼ା(ଜିଲ୍ଲା ପ୍ରତିନିଧି) ପ୍ରଫୁଲ କୁମାର ମଲ୍ଲ- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଯେତିକି ପାଖେଇ ଆସୁଛି, ପ୍ରଶାସନ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି | ଏହି ପେରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ବିଭିନ୍ନ ଲାଇନ ବିଭାଗର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି | ଆଜି ସନ୍ଧ୍ୟାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲଠାରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଆଞ୍ଚଳିକ ପରିଵହନ ଅଧିକାରୀ ଲୋକନାଥ ମେହେର,ସୂରଜ ବିଶ୍ୱାଳ,ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ, ରାସ୍ତା ଓ କୋଠାବାଡି-୧ ବିଭାଗର ଏସସି ରତିକାନ୍ତ ବେହେରା,ଏସସି ଜଳସେଚନ ଉମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁନ ଜୟସିଂ ସମେତ ଅନ୍ୟ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |
ଆଜିର ବୈଠକରେ ରାସ୍ତା ମରାମତି, ବିଦ୍ୟୁତ ସଂକ୍ରାନ୍ତୀୟ ,ମୁକୁଳା ଡ୍ରେନ ବନ୍ଦ,ଟେମ୍ପରାରି ଟୟଲେଟ,ସବୁ ଦୋକାନୀ ପାଖରେ ଡଷ୍ଟବିନ ରଖିବା,ଡିଜେ, ଭାଇବ୍ରେଟ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା | ଜିଲ୍ଲାପାଳ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.