ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖାର ନୂତନ ସ୍ବେଚ୍ଛାସେବୀମାନଙ୍କ “ଅଭିମୁଖୀକରଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିଲେ। ଯୁବ ରେଡ଼କ୍ରସ ସହ ଉପଦେଷ୍ଟା ସୌମେନ୍ଦୁ ପଣ୍ଡା ଯୁବ ରେଡ଼କ୍ରସର ଅଭିମୁଖ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଗଞ୍ଜାମ ଜିଲ୍ଲା ଯୁବ ରେଡ଼କ୍ରସର ପୂର୍ବତନ ସଂଯୋଜକ ତଥା ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ନୂତନ ସ୍ବେଚ୍ଛାସେବୀମାନଙ୍କୁ ଅଭିପ୍ରେରିତ କରିଥିଲେ ଏବଂ ରେଡ଼କ୍ରସର ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟକ୍ତିତ୍ୱର ବିକାଶ ପାଇଁ ସାମାଜିକ ସେବାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଯୁବ ରେଡ଼କ୍ରସର ମହିଳା ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ରୁନିବାଳା ତ୍ରିପାଠୀ, ତ୍ରିନାଥ ବେହେରା, ଦେବେଶ ଚନ୍ଦ୍ର ମହାପାତ୍ର, ଅର୍କଧ୍ଵଜ ପଣ୍ଡା, ପ୍ରଦୀପ ଦିଗାଲ, ବିକ୍ରମ କେଶରୀ ରାଉତ, ଭବାନୀ ଶଙ୍କର ରା, ଗାଙ୍ଗୁଲି ପାଲଟାସିଂ, ସୁନିତା ଦଳବେହେରା, କିରନ କହଁର, ଜୟଶ୍ରୀ ସେଠି, ଭାରତୀ ବିଶ୍ୱାଳ, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ନୂତନ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.