ବଡ଼ବିଲ ପୋଲିସକୁ ବଡ ସଫଳତା : ୪୮ ଘଣ୍ଟା ମଧ୍ୟରେ ପଞ୍ଚବଟି ଆପାର୍ଟମେଂଟ ଲୁଟର କଲା ପର୍ଦାଫାଶ

0

ବଡ଼ବିଲ(ଚିତ୍ତରଞ୍ଜନ କର)

 ବଡ଼ବିଲ ପୋଲିସକୁ ମିଳିଛି ଏକ ବଡ ସଫଳତା | ଗତ ଜାନୁଆରୀ ମାସ ୩୧ ତାରିଖରେ ବଡ଼ବିଲ ସ୍ଥିତ ପଞ୍ଚବଟି ଆପାର୍ଟମେଂଟରେ ରହୁଥିବା ବିନୀତ ବଂସଲଙ୍କ ବାସଭବନରୁ ହୋଇଥିବା ଲୁଟ ଘଟଣାର ପର୍ଦାଫାଶ କରି ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ ମାତ୍ର ୪୮ ଘଣ୍ଟା ଭିତରେ । ଅଭିଯୁକ୍ତଙ୍କଠାରୁ ନଗଦ ୨ ଲକ୍ଷ ୨୩ ହଜାର ଟଙ୍କା ସହ ଲୁଟ ହୋଇଥିବା ଏକ ସୁନା ଚେନ, ଭୁଜାଲି, ଛୁରୀ,  ୪ଟି ମୋବାଇଲ ସହ ଲୁଟରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ ହୋଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସିକନ୍ଦର ବେହେରା , ମୁରଲୀ ମହାନ୍ତ, ଶ୍ରୀପତି ମହାନ୍ତ ଏବଂ ଉମାକାନ୍ତ ମହାନ୍ତ।

ପ୍ରକାଶ ଥାଉକି ବଡ଼ବିଲ ଟାଉନର ମୁଖ୍ୟ ରାସ୍ତା କଡରେ ଥିବା ଏହି ଆପାର୍ଟମେଂଟରେ ରାତି ୮ଟା ସମୟରେ ଲୁଟ ଘଟଣା ବଡ଼ବିଲ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିବା ସହ ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ବଡ଼ବିଲ ଥାନା ଅଧିକାରୀ ଅନିଲ ପ୍ରଧାନ ଓ ଏସ ଆଇ ଶ୍ରୀକାନ୍ତ ସାହୁ ଏହି ଘଟଣାର ତଦନ୍ତ କରୁଥିଲେ। ବଡ଼ବିଲ ଅଞ୍ଚଳରେ ଥିବା ଆପାର୍ଟମେଂଟରେ ସିସି ଟିଭି ସବୁ କାମ କରୁଛି କି ନାହିଁ ଓ ସିକ୍ୟୁରୀଟି ବ୍ୟବସ୍ଥାର ଯାଞ୍ଚ କରାଯିବ ବୋଲି ବଡ଼ବିଲ ଏସଡିପିଓ ରାହୁଲ ଜୈନ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.