ରାଜଗାଙ୍ଗପୁର,19-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧୁକାରୀ ଭାବେ ମାତ୍ର ୪ମାସ ତଳେ ଦାୟିତ୍ବ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ଅଧୁକାରୀ କିରଣ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଛି । ଯାହା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ସେ ଗତ ଜୁନ୍ ୧୬ ତାରିଖରେ ରାଜଗାଙ୍ଗପୁର ପୌରପାଳିକାରେ ଯୋଗଦାନ କରିଥିଲେ । ଏହି ମହିଳା ଅଧୂକାରୀ ଜଣକ ମାତ୍ର ୪ମାସ କାର୍ଯ୍ୟକରିବା ପରେ ନିଜେ ଅନ୍ୟତ୍ର ବଦଳି ନେଇ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି । ଏହି ମହିଳା ଅଧିକାରୀ ଭୁବନେଶ୍ୱରର ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୋଗଦେବାକୁ ବିଭାଗୀୟ ପକ୍ଷରୁ ଚିଠି ଆସିଛି। ତେବେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ସହକାରୀ ଯନ୍ତ୍ରୀ ହଜମ ଟୁଡୁ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧୁକାରୀ ଦାୟିତ୍ଵ ରେ ରହିବେ ବୋଲି ଚିଠିରେ ଉଲ୍ଲେଖ ଅଛି।
ଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟନିର୍ବାହୀ ଅଧିକାରୀ ଗତ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିଲେ। ଅଧୁକାରୀ ଜଣକ ଛୁଟିରେ ଥୁବାରୁ ପୌରପାଳିକାରର କର୍ମଚାରୀ ଅଗଷ୍ଟ ମାସର ଦରମା ବର୍ତ୍ତମାନ ସୁଦ୍ଧା ପାଇ ନଥୁବା ଜଣାପଡ଼ିଛି। ଆଉ କେଇଟା ଦିନ ପରେ ଦୁର୍ଗାପୂଜା ଥୁବା ବେଳେ ଦରମା ମିଳି ନଥୁବାରୁ ଅନିଶ୍ଚିତତା ଭିତରେ ପୌର କର୍ମଚାରୀ ରହିଛନ୍ତି । ଗତ ୩ ବର୍ଷ ମଧ୍ୟରେ ରାଜଗାଙ୍ଗପୁରରେ ମୋଟ ୫ଜଣ ପୌର ଅଧିକାରୀଙ୍କ ବଦଳି ହେଲାଣି । ଏହି ବଦଳି ପଛର କାରଣକୁ ନେଇ ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।