ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସମବାୟ ସମିତି ଅଧୀନରେ ୩ ପଞ୍ଚାୟତ ଇଚ୍ଛାପୁର, ଅରିଲୋ, ଗରାମ ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ବ ଚାଷୀ ରହିଛନ୍ତି । ଏହି ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇଚ୍ଛାପୁର ସମିତିକୁ ମାତ୍ର ୨୨୨ ବସ୍ତା ୟୁରିଆ ସାର ପ୍ରଦାନ କରିଛନ୍ତି । ସାର ପାଇବାକୁ ଚାଷୀ ସମବାୟ ସମିତି ଆଗରେ ଧାଡ଼ି ଲଗାଇଥିଲେ। ଶେଷରେ ଉପାୟ ନ ପାଇ ସମ୍ପାଦକ ଯେଉଁ ଚାଷୀ ରଣି ହୋଇଥିବେ ସେମାନଙ୍କୁ କେବଳ ସାର ପ୍ରଦାନ କରାଯିବ ବୋଲି କହି ଗରାମ ଓ ଅରିଲୋ ପଞ୍ଚାୟତର କିଛି ଚାଷୀଙ୍କୁ ସାର ପ୍ରଦାନ କରିଥିଲେ। ଯାହାକୁ ନେଇ ଲମ୍ବା ଧାଡ଼ିରେ ଦୀର୍ଘ ସମୟ ଅପେକ୍ଷା କରିଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ସମ୍ପାଦକ ଓ ସରକାର ବିରୂଦ୍ଧରେ ନାରାବାଜି କରିଥ୍ଲେ। ଏପରିକି ସେମାନଙ୍କ ଜୀବନ କାଳ ମଧ୍ଯରେ କୌଣସି ସରକାର ସାର ପାଇଁ ଏଭଳି ହନ୍ତସନ୍ତ କରିବା ପ୍ରଥମ ଘଟଣା ବୋଲି ପ୍ରକାଶ କରିଥିଲେ । ସମବାୟ ସମିତିକୁ ସରକାର ସାର ଯୋଗାଇବାରେ ବିଫଳ ହୋଇଥିବାବେଳେ ବଜାରରେ ୭୦୦ରୁ ୮୦୦ ଟଙ୍କାରେ ମିଳୁଥିବା କହିଛନ୍ତି। ଏହି ସାର କେଉଁଠୁ ଆସୁଛି ବୋଲି ପ୍ରଶ୍ନ କରିବା ସହ ସରକାର ଦୋଷୀଙ୍କ ବିରୂଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ବୋଲି ପ୍ରକାଶ କରିଥ୍ଲେ। ଏ ନେଇ ସମବାୟ ସମ୍ପାଦକ ଦାୟିତ୍ବରେ ଥବା ଉମେଶ ସ୍ବାଇଁ କହିଛନ୍ତି ଆମେ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ୪ ଟ୍ରକ ସାର ମଗାଇ ଥିବାବେଳେ ଆମ ପାଖରେ ଗୋଟିଏ ଟ୍ରକ ସାର ଆସିଛି। ଏଣୁ ଆମେ ଚାଷୀଙ୍କୁ ବୁଝାଇ ଗୋଟିଏ ବସ୍ତା ଲେଖାଏ ଦେଇ ସନ୍ତୁଷ୍ଟ କରୁଛୁ । ଆଗକୁ ସାର ଆସିଲେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.