ଗଞ୍ଜାମ କନ୍ଧମାଳ ସିମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ : ଜଣେ ଯବାନ ଗୁରୁତର

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଲା କିଛି ଦିନ ହେବ ଗଞ୍ଜାମ କନ୍ଧମାଳ ସିମାନ୍ତରେ ନକ୍ସଲ ବିରୋଧୀ ଅଭିଯାନ ଲାଗି ରହିଛି। ନକ୍ସଲ କୁ ସଂପୂର୍ଣ୍ଣ ସଫା କରିବା ରେ ରାଜ୍ୟ ସୁରକ୍ଷା କର୍ମୀ ପୁରା ଦମ୍ ରେ ନିଜ ମାଓ ବିରୋଧୀ ଅଭିଯାନ ଚଳାଇଥିବା ଦେଖାଯାଇଥିଲା। ସେହି ନକ୍ସଲ ବିରୋଧୀ ଅଭିଯାନ ରେ ଆଜି ଜଣେ ଯବାନ୍ ନକ୍ସଲ ଗୁଳି ରେ ଗୁରୁତର ହୋଇ ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟ କୁ ଆସିଥିବାର ଦେଖା ଦେଇଛି। 

             ସୁଚନା ମୁତାବକ ଗଞ୍ଜାମ କନ୍ଧମାଳ ସିମାନ୍ତ ଇନ୍ଦ୍ରଗଡ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ ରେ ଆଜି ଜଣେ ସୁରକ୍ଷା କର୍ମୀ ଏସ୍ ଓ ଜି ଯବାନ ଯାହାର ନାମ ପ୍ରେମ୍ ମାଝୀ ବୋଲି ଜଣାପଡିଛି ସେ ଗୁରୁତର ହୋଇଛନ୍ତି। ପରେ ପରେ ତାଙ୍କୁ ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇ ଥିଲା। ଗଞ୍ଜାମ କନ୍ଧମାଳ ସିମାନ୍ତ ଇନ୍ଦ୍ରଗଡ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯେତେବେଳେ ଆଜି ନକ୍ସଲ ବିରୋଧୀ ଅଭିଯାନ ଚାଲିଥିଲା ସେତେବେଳେ ଆଜି ଗୁରୁବାର ୧୮ ତାରିଖ ସେପ୍ଟେମ୍ବର ୨୦୨୫ ରେ ପ୍ରାୟ ମଧ୍ୟାହ୍ନ ସମୟରେ ଜଣେ ଯବାନ ନକ୍ସଲ ଗୁଳିରେ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ସଂଗେ ସଂଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ରେ ସ୍ଥାନାନ୍ତର ହୋଇଛନ୍ତି। ଉକ୍ତ ଆମ୍ବୁଲାନ୍ସ ଗାଡ଼ି କୁ ସୁରକ୍ଷା ଦେଇ ଆଗରେ ଆଗରେ ଭଞ୍ଜନଗର ପୋଲିସ୍ ମଧ୍ୟ ଯାଇଥିବାର ଦେଖା ଦେଇଛି।

Leave A Reply

Your email address will not be published.