ବାରିପଦା – ତା :- ୧୫/୦୯/୨୦୨୪ ରିଖ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ: ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ମହାସମାରୋହରେ ଉଦଯାପିତ ହୋଇଯାଇଛି I ପ୍ରଥମଥର ପାଇଁ ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବର ଓଡିଶା, କୋଲକାତା, ଆସାମର ନାଟ୍ୟସଂସ୍ଥା ଦ୍ୱାରା ମଞ୍ଚସ୍ଥ ନାଟକ ଦର୍ଶକଙ୍କ ମନରେ ଅଭୁଲା ସ୍ମୃତି ହୋଇରହିଗଲା I ଏହି ଅବସରରେ କଳାକ୍ଷେତ୍ରରେ ଭଞ୍ଜମାଟି ପାଇଁ ଗୌରବ ଆଣିଥିବା ପ୍ରତିଷ୍ଠିତ ଦିବଂଗତ କଳାକାରଙ୍କ ସ୍ମୃତିରେ ୧୬ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା I ଅଞ୍ଜଳି ମିଶ୍ରଙ୍କୁ ନିର୍ମଳକାନ୍ତି କବି ସ୍ମୃତି, ସୁବ୍ରତ ସାହୁଙ୍କୁ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ସ୍ମୃତି, ସୌର ବିହାରୀ ଦାସଙ୍କୁ ନିମାଇ ମହାନ୍ତି ସ୍ମୃତି, ସନ୍ତୋଷ ମହାନ୍ତିଙ୍କୁ ପ୍ରସନ୍ନ ମହାନ୍ତି ସ୍ମୃତି, ଧୀର ବସାଙ୍କୁ ଗୌରିପଦ ତ୍ରିପାଠୀ ସ୍ମୃତି, ତାପସ ସରଘରିଆଙ୍କୁ ବିଜୟ ମହାନ୍ତି ସ୍ମୃତି, ସୁବୋଧ ପଟ୍ଟନାୟକଙ୍କୁ ଅଜିତ ଦାସ ସ୍ମୃତି, ସ୍ୱରାଜ ବାରିକଙ୍କୁ ଉତ୍ତମ ମହାନ୍ତି ସ୍ମୃତି, ବ୍ରିଜେନ୍ଦ୍ର ରାଉତ ଙ୍କୁ ସଦାନନ୍ଦ ସାହୁ ସ୍ମୃତି, କୁନ୍ଦନ ଭଞ୍ଜଙ୍କୁ ସଲିଲ ମିତ୍ର ସ୍ମୃତି, ସତ୍ୟନାରାୟଣ ଦାସଙ୍କୁ ସିଦ୍ଧାର୍ଥ ବୋଷ ସ୍ମୃତି, ରତିକାନ୍ତ ବେହେରାଙ୍କୁ ସମାଜ ପତି ସ୍ମୃତି, ମହେଶ ସାହୁଙ୍କୁ ସତ୍ୟନାରାୟଣ ଭଟ୍ଟର ସ୍ମୃତି, ଶିବ ଶଙ୍କର ବାରିକଙ୍କୁ ଆନନ୍ଦ ଶଙ୍କର ଦାସ ସ୍ମୃତି, ପ୍ରୟାସ ଶତପଥିଙ୍କୁ ଡଃ ପ୍ରମୋଦ ତ୍ରିପାଠୀ ସ୍ମୃତି, ବିଶ୍ୱଜିତ ପାଲଙ୍କୁ ଡଃ ପଞ୍ଚାନନ ପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା I ତତସହିତ ଚିତ୍ରକଳା ପ୍ରଦର୍ଶନୀରେ ୧୮ ବର୍ଷରୁ କମ ବିଭାଗରେ ପ୍ରଥମ ଶ୍ରେୟାଂଶୁ ବେହେରା, ଦ୍ଵିତୀୟ ସୌର୍ଯ୍ୟ ସାହା, ତୃତୀୟ ତ୍ରିଲେଖା ନାୟକ ଏବଂ ୧୮ ବର୍ଷରୁ ଉର୍ଦ୍ଧ ବିଭାଗରେ ପ୍ରଥମ ସୁଲଗ୍ନା ରଣା, ଦ୍ଵିତୀୟ ରାଜକିଶୋର ମହାନ୍ତ, ତୃତୀୟ ସ୍ତୁତି ମହାନ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ବୋଲି ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଜଣାଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post