ବାସୁଦେବପୁର – ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ଅବସର ରେ ବାସୁଦେବପୁର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ସମସ୍ତ ମଣ୍ଡଳ ରେ ପୂଜାପାଠ ସହ ଦୀପ ଦାନ, ବୃକ୍ଷ ରୋପଣ ଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ନଗର ମଣ୍ଡଳ ବିଜେପି ପକ୍ଷରୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ରେ ପୂଜା ପାଠ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ହୋଇ ଯାଇଥିବା ବେଳେ ସନ୍ଧ୍ୟାରେ ନଗର ମଣ୍ଡଳ ବିଜେପି ପକ୍ଷରୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ରେ ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ୱ ରେ ପୁର୍ବତନ ବିଧାନ ସଭା ପ୍ରାର୍ଥୀ ଅଶୋକ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ଉମାକାନ୍ତ ଖୁଣ୍ଟିଆ, ମଧୁ ସୁଧନ ପାଢୀ,ରତିକାନ୍ତ ଦଳାଇ, ଭଗବାନ ମହାନ୍ତି, ମଞ୍ଜୁଲତା ସାହୁ, ମାନସ ନାୟକ, ପ୍ରବୀଣ କୁମାର୍ ବେହେରା, ମନୋଜ ପାଢୀ, ଙ୍କ ସହ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସାମୁହିକ ଦୀପ ଦାନ କରି ଥିଲେ। ଏହି ଅବସର ରେ ସେବା ସପ୍ତାହ ରେ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post