ଗୁଣପୁର ଭାଜପା ତରଫରୁ ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ଜନ୍ମଦିବସ ପାଳିତ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ବିଶ୍ଵର ଲୋକପ୍ରିୟ ନେତା ଭାରତର ଯଶୋସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ଜନ୍ମ ଦିନ ଅବସରରେ ଗୁଣପୁର ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଉମା ରାମ ଲିଙ୍ଗେଶ୍ୱର ମନ୍ଦିର ଠାରେ ଶ୍ରୀ ମୋଦୀଜିଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ବାସ୍ଥ୍ୟ ପାଈଁ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ। ପରେ ଗୁଣପୁର କାର୍ଯ୍ୟ କର୍ତ୍ତା ମାନେ ଉପଖଣ୍ଡ ଚିକିତ୍ସାଳୟ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଶେଷରେ ଗୁଣପୁର ପୌରପରିଷଦ ଓ ଭାଜପା କାର୍ଯ୍ୟକର୍ତ୍ତା ମିଳିତ ଭାବେ ମାଆ ପାଈଁ ଗଛଟିଏ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକ ପେଡ ମା କା ନାମ ସ୍ଲୋଗାନ ଦେଈ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ହେଲେ ଅମର ସାହୁ, ଶ୍ରୀନିବାସ ସ୍ୱାଇଁ,ସଂଗ୍ରାମ କେଶରୀ ସାହୁ,ଜଗଦୀଶ ପାତ୍ର,ପୃଥିବୀ ରାଜ ପାଢ଼ୀ,ମୁଖି ଦିବାକର, କିରଣ ପାଣିଗ୍ରାହୀ,ମନୋରଞ୍ଜନ ପାଢ଼ୀ, ସତ୍ୟ ସୁନ୍ଦର କର, ଅମିତ ଷଡ଼ଙ୍ଗୀ, ଲାଡି ଭେଙ୍କେଟ ରାଓ, ପ୍ରଦୀପ ପାଢ଼ୀ, ଲଷ୍ମୀ ଶ୍ରୀରାମ,ସୂର୍ଯ୍ୟ ନାରାୟଣ ପଟନାୟକ,କେ ରବି କୁମାର, ଜୋନାଲି ଶବର,ରିତମ ପାତ୍ର,କୁନା ପଣ୍ଡା.ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.