ଭଟଲି :-ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବରଗଡ଼ ଜିଲ୍ଲାର ଭଟଲି ବ୍ଲକ ପିପଲମୁଣ୍ଡା ଗ୍ରାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ “ମା’ ପାଇଁ ଗଛଟିଏ ୨.୦” ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇରାଶିଷ ଆଚାର୍ଯ୍ୟ,
ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ପଦ୍ମଶ୍ରୀ ଡ଼. ହଳଧର ନାଗ ସହିତ କୃଷି ବିଭାଗର ସମସ୍ତ କର୍ମଚାରୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଶତାଧିକ ଚାରାଗଛ ରୋପଣ କରାଯାଇଥିଲା l
ବିଧାୟକ ଆଚାର୍ଯ୍ୟ ଏହି ଅବସରରେ କହିଥିଲେ – “ପରିବେଶ ସୁରକ୍ଷା, ପ୍ରକୃତିର ସନ୍ତୁଳନ ଓ ଆଗାମୀ ପିଢି ପାଇଁ ପରିବେଶ ଦାନ କରିବାରେ ବୃକ୍ଷରୋପଣର ଗୁରୁତ୍ୱ ଅତ୍ୟଧିକ। ମା’ ପାଇଁ ଗଛଟିଏ ୨.୦ କାର୍ଯ୍ୟକ୍ରମ କେବଳ ବୃକ୍ଷ ଲଗାଇବାରେ ସୀମିତ ନୁହେଁ, ପ୍ରକୃତି ଓ ମା’ ଭୂମି ପ୍ରତି ଆଦର ସହିତ ଭଲ ପାଇବାର ପ୍ରତୀକ।”
ବରଗଡ ବିଧାୟକ ଷଡ଼ଙ୍ଗୀ କହିଥିଲେ – “ଗଛ ବିନା ଜୀବନ କଳ୍ପନା କରିବା ସମ୍ଭବ ନୁହେଁ। ଆଜିର ଏହି ପ୍ରୟାସରେ ଗ୍ରାମବାସୀଙ୍କ ସହଭାଗୀତା ସତ୍ୟରେ ଶ୍ଲାଘ୍ୟ। ସମସ୍ତଙ୍କୁ ଆଗାମୀ ଦିନରେ ଏହି ଗଛମାନଙ୍କୁ ପରିପାଳନ କରିବାରେ ସକ୍ରିୟ ଭାବେ ଯୋଗଦେବାକୁ ପଡିବ।”
ପଦ୍ମଶ୍ରୀ କବି ଡ଼. ହଳଧର ନାଗ ମଧ୍ୟ କବିତାମୟ ଶବ୍ଦରେ ପରିବେଶ ସୁରକ୍ଷାର ସନ୍ଦେଶ ଦେଇଥିଲେ। ସେ କହିଲେ – “ଗଛ ହେଉଛି ପ୍ରାଣ, ଗଛ ହେଉଛି ମା’। ପ୍ରକୃତିକୁ ରକ୍ଷା କରିବା ହେଉଛି ଆମ ପରମ କର୍ତ୍ତବ୍ୟ।”
କୃଷି ବିଭାଗର ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରକାର ଫଳଦାୟୀ ଓ ଛାୟାଦାୟୀ ଚାରାଗଛ ବ୍ୟବସ୍ଥା କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଗଛକୁ ସନ୍ତାନର ପରି ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହି ପ୍ରକାରର ଅଭିୟାନ ମାଧ୍ୟମରେ କେବଳ ବୃକ୍ଷରୋପଣ ନୁହେଁ, ସମାଜରେ ପରିବେଶ ପ୍ରତି ସଚେତନତା ଆଣିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବାକୁ ସମସ୍ତଙ୍କ ମତ ରହିଛି।
Sign in
Sign in
Recover your password.
A password will be e-mailed to you.