ଗୁଦେରପାଲିରେ “ଏକ ପେଡ଼, ମା’ କି ନାମ” କାର୍ଯ୍ୟକ୍ରମ

3

ଗାଇସିଲେଟ/ ମନ ଡନସନା :- ଗାଇସିଲେଟ ବ୍ଲକର ଗୁଦେରପାଲିରେ “ଏକ ପେଡ଼, ମା’ କି ନାମ” କାର୍ଯ୍ୟକ୍ରମ ଧୁମଧାମରେ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସଚେତନତାକୁ ପ୍ରଚାର କରିବା ସହିତ ମା’ଙ୍କ ସ୍ମୃତିକୁ ସମ୍ମାନିତ କରିବାରେ ଏହି ପଦକ୍ଷେପକୁ ଲୋକମାନେ ବହୁତ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେପଦ୍ମପୁର ଅତିରିକ୍ତ ଜ଼ିଲ୍ଲାପାଳ ସ୍ନେହା ଅର୍ଗୁଳା , ଯୋଗଦେଇଥିଲେ। କିଶୋର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, କିଶୋର ପାତ୍ର, ଭୀଷ୍ମଦେବ ପଣ୍ଡା, RMC ରାମ ପଧାନ, ନବକିଶୋର ବିଶ୍ୱାଳ, ଲିଙ୍ଗରାଜ ହାତୀ, ମୁକେଶ କୋଡିଆ ବିଶେଷ ଭାବରେ ଯୋଗାଦେଇଥିଲେ।
ଗୁଦେରପାଲି କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, YRC ବିଭାଗ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହିତ ଭାଗ ନେଇଥିଲେ।
କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ – “ପରିବେଶ ସୁରକ୍ଷା ଓ ପ୍ରତ୍ୟେକ ଗଛରେ ମା’ଙ୍କ ସ୍ମୃତିକୁ ବଞ୍ଚାଇ ରଖିବା, ଆଗାମୀ ପିଢ଼ୀ ପାଇଁ ଏକ ସୁନ୍ଦର ପ୍ରୟାସ।”
ସମସ୍ତଙ୍କ ହାତରେ ପ୍ରତିକାତ୍ମକ ଭାବରେ ଗଛରୋପଣ କରାଗଲା। ଛାତ୍ରଛାତ୍ରୀମାନେ ବି ଉତ୍ସାହର ସହିତ ଗଛ ଲଗାଇ, ସେଥିରେ ସେବା କରିବା ପାଇଁ ପ୍ରତିଜ୍ଞା କଲେ।
ଗୁଦେରପାଲିର ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମନରେ ପରିବେଶ ସଚେତନତାର ନୂତନ ପ୍ରେରଣା ସୃଷ୍ଟି କରିଛି।

Leave A Reply

Your email address will not be published.