କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଂଚାୟତରାଜ ଓ ପାନୀୟଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ତଥା “ମା ପାଇଁ ଗଛଟିଏ” ଏକ ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି |
ରାଜନଗର ବ୍ଲକ ପେଣ୍ଠ ସମୁଦ୍ରକୂଳ ବର୍ତ୍ତୀ ଦୋବନ୍ଧି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର,ରାଜନଗର ଡିଏଫଓ ଭରଦରାଜ ଗାଉଁକର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହିତ ଆଜି ସମସ୍ତ ସରକାରୀ ବିଭାଗ ସହିତ ବ୍ୟାଙ୍କ, ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ପୋଲିସ ପ୍ରଶାସନ, ଏସଏଚଜି ମହିଳା, ଅଙ୍ଗାବାଡି କେନ୍ଦ୍ର, ଜନପ୍ରତିନିଧି, ସମସ୍ତ ଵର୍ଗର ସାଧାରଣ ଜନତା ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିଥିଲେ |
Sign in
Sign in
Recover your password.
A password will be e-mailed to you.